ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି(ଦିଶା) ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କମିଟି ଅଧ୍ୟକ୍ଷ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ସ୍ବାଗତ ଭାଷଣ ସହିତ ଜିଲ୍ଲାରେ କାର୍ଯ୍ୟକାରୀ କେନ୍ଦ୍ରୀୟ ଉନ୍ନୟନମୂଳକ ଯୋଜନାର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ ଓ ଅଧିକାରୀ ଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା ପୂର୍ବକ କେନ୍ଦ୍ରୀୟ ଅନୁଦାନ ଯୋଜନା ଗୁଡିକର ସଫଳ ରୂପାୟନ କରିବାକୁ ସାଂସଦ ଶ୍ରୀମତୀ ସିଂଦେଓ ଗୁରୁତ୍ବାରୋପ କରିଥିଲେ। ତତସହ ସାଂସଦ ପାଣ୍ଠି ଦ୍ଵାରା କାର୍ଯ୍ୟକାରୀ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଓ କାର୍ଯ୍ୟକାରିତାର ସମୀକ୍ଷା କରି ଧାର୍ଯ୍ୟ ସମୟରେ ସଂପୂର୍ଣ୍ଣ କରିବାକୁ ସାଂସଦ ନିର୍ଦେଶ ଦେଇଛନ୍ତି। ବୈଠକରେ ବିଶେଷଭାବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଗୁଣାତ୍ମକ ମାନ, ମନରେଗା ଯୋଜନାର ସଫଳ ରୂପାୟନ, ପୂର୍ତ୍ତ ବିଭାଗ ଦ୍ୱାରା କାର୍ଯ୍ୟନ୍ୱୟନ ଯୋଜନା, ପ୍ରଧାନମନ୍ତ୍ରୀ ଆବସ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, କ୍ଷୁଦ୍ର ଜଳସେଚନ, ମେଘା ଲିପ୍ଟ ପ୍ରକଳ୍ପ, ଜାତୀୟ ମଙ୍ଗଳ ଯୋଜନାର ଏମପି ଆଦର୍ଶ ଗ୍ରାମ ଓ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା କାର୍ଯ୍ୟକାରୀ ସ୍ୱାସ୍ଥ୍ୟ ଯୋଜନା, ସମଗ୍ର ଶିକ୍ଷା ଅଭିଯାନର କାର୍ଯ୍ୟକାରିତା ର ସମୀକ୍ଷା କରିଥିଲେ। ଜିଲ୍ଲାରେ ସ୍ଥିତ ସମସ୍ତ ବର୍ଗ ସ୍କୁଲର ସମ୍ପୂର୍ଣ୍ଣ ତଥ୍ୟ ସାତଦିନ ମଧ୍ୟରେ ଦାଖଲ କରିବାକୁ କହିବା ସହ ସମସ୍ତ ସ୍କୁଲ ଗୁଡିକରେ ଆବଶ୍ୟକ ସୁବନ୍ଦୋବସ୍ତ ପୂର୍ବକ ଉଭୟ ବାଳକ ଓ ବାଳିକାଙ୍କ ନିମନ୍ତେ ସ୍ୱତନ୍ତ୍ର ଶୌଚାଳୟକୁ ସୁନିଶ୍ଚିତ କରିବାକୁ ଡିଇଓ ଙ୍କୁ ନିର୍ଦେଶ ଦେଇଛନ୍ତି। ସେହିପରି ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରି ସମସ୍ତ ଚିକିତ୍ସାଳୟ ଗୁଡିକରେ ସମସ୍ତ ମୌଳିକ ସୁବିଧାକୁ ଉପଲବ୍ଧ କରାଇବା ଉପରେ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ନିର୍ଦେଶ ପ୍ରଦାନ କରିଛନ୍ତି କମିଟି ଅଧ୍ୟକ୍ଷା ମାନ୍ୟବର ସାଂସଦ ଶ୍ରୀମତୀ ସିଂଦେଓ। ବୈଠକରେ ଜାତୀୟ ସାମାଜିକ ସହାୟତା ଯୋଜନାରେ କାର୍ଯ୍ୟକାରୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକର ସଫଳ ବିନିଯୋଗର ସମୀକ୍ଷା ସହ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ୱାରା ଜିଲ୍ଲାରେ କାର୍ଯ୍ୟକାରୀ ପୋଷଣ ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରି ଯୋଜନାର ସୁପରିଚାଳନା କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏତଦ ବ୍ୟତୀତ ଜିଲ୍ଲାର ଜଳସେଚନ ବିଭାଗ,ଜାତୀୟ ଉଦ୍ୟାନ ମିଶନ ଯୋଜନା, ନିର୍ମାଣ ଶ୍ରମିକ ଯୋଜନା, ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନା ତଥା ଅନ୍ୟାନ୍ୟ ଯୋଜନା ଉପରେ ସାଂସଦ ସମୀକ୍ଷା କରିଥିଲେ। ବୈଠକରେ ମାନ୍ୟବର ବିଧାୟକ ବୀରମହାରାଜପୁର ଇଂ ରଘୁନାଥ ଜଗଦଲା ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ ମେହେର ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ଦିଶା କମିଟି ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.