ସଚେତନ ନାଗରିକ ମଞ୍ଚ ବୈଠକ : ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବି

ଜୁନାଗଡ,୨୩/୧୨:

Omkar Vasthu
Omkar Vasthu

କଳାହାଣ୍ଡି ରାଜ୍ୟର ପୁରାତନ ରାଜଧାନୀ, କଳା ସଂସ୍କୃତି, ଐତିହ୍ୟ ପରଂପରାର ପ୍ରାଚୀନ କ୍ଷେତ୍ର  ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ସଚେତନ ନାଗରିକ ମଞ୍ଚର ଏକ ବୈଠକ ଜୁନାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି ।  ରେଳ ଯୋଗଯାଗ ବ୍ୟବସ୍ଥା, ଜାତୀୟ ରାଜପଥ ସଂଯୋଗ ସ୍ତଳୀ, ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ କେନ୍ଦ୍ର ସହ ସବୁ ପ୍ରକାର ଯୋଗ୍ୟତା ଥିବାରୁ ଜୁନାଗଡକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି କରାଯିବ ବୋଲି ଜୁନାଗଡ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

Pearl dental clinic
Near Ashish Medical Store, Bhawanipatna

ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ହିମାଂଶୁ ବରାଡ , ଦୂର୍ଗା ନାୟକ , ମୁକେଶ ଅଗ୍ରୱାଲ, ଅଶୋକ ପାତ୍ର , ରଜନୀକାନ୍ତ ବୈଠାରୁ , ପିତାମ୍ବର ରଣା , ଯତୀନ୍ଦ୍ର କର , ଉତ୍ତମ ଦାଶ , ସଂଜୀବ ଦାଶ , ସଞ୍ଜୟ ଅଗ୍ରୱାଲ , ନରେନ୍ଦ୍ର କ୍ଷିତି , ମଣିରାମ ଦୁର୍ଗା , ଆଦିତ୍ୟ ମହାନ୍ତି , ଅନିଲ ପଣ୍ଡା , କାଶୀନାଥ ଘି ଓ ଜୁନାଗଡ ଅଞ୍ଚଳର ଅନେକ ସଚେତନ ବ୍ୟକ୍ତି  ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିବାବେଳେ ପ୍ରଭାତ ଦାଶ ଓ ଚିତ୍ତ ରଞ୍ଜନ ନିଆଲ ସଭା ପରିଚାଳନା କରିଥିଲେ ।

Udyog Nursery
Udyogi Nursery

ଜୁନାଗଡରୁ ରାକେଶ କୁମାର ବେମାଲଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.