କେସିଙ୍ଗା,୨୩/୧୨: ଏକ ଅଜଣା ଗାଡି ଧକ୍କାରେ ଗତ ବିଳମ୍ବିତ ରାତିରେ ଏନଏଚ ୨୬ରେ ବୋରିଆ ପଞ୍ଚାୟତ ଚିଚରଲା ଗାଁର କୀର୍ତ୍ତିଚନ୍ଦ୍ର ସାହୁ(୫୮)ଙ୍କ ମୃତ୍ୟୁ ଘଟିଛି। ଆହତ ଜଣକ ହେଲେ ନଗୁପଲା ଗାଁର ଗଣେଶ ଆଡ଼ଯୁଆଡ଼। ଦୁହେଁ ଏକ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଆହତ ଗଣେଶକୁ ଉଦ୍ଧାର କରି ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେସିଙ୍ଗା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
କେସିଙ୍ଗାରୁ ବଳରାମ ନାଏକଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube
http://youtube.com/channel/UCdoWrXFOsGOd7dzWwMFwFrQ