ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି

ତେଜୁଛି ଆନ୍ଦୋଳନ : ଗଣଧାରଣା ରେ ସାମିଲ ହେଲା ଟିଟିଲାଗଡ ନଗର ବିଜୁ ଜନତା ଦଳ

ଟିଟିଲାଗଡ,୨୫|୧୨:

Omkar Vasthu
Omkar Vasthu

ଟିଟିଲାଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ ମଧ୍ୟ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି । ଅପରପକ୍ଷରେ ଗତ ନଭେମ୍ବର ୧ ତାରିଖ ରୁ ଆରମ୍ଭ ହୋଇଥିବା ଗଣଧାରଣା ୫୫ ଦିନ ରେ ପହଞ୍ଚିଥିବା ବେଳେ କୋର୍ଟ, କଚେରୀ, ବ୍ଲକ ଗୁଡିକ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ତଥା ସମସ୍ତ ସରକାରୀ କାର୍ଯ୍ୟକ୍ରମ ଗୁଡିକୁ ସମ୍ପୁର୍ଣ୍ଣରୁପେ ବିରୋଧ କରାଯାଇଛି । ରାଜ୍ୟ ସରକାର ଆଗାମୀ ସାଧାରଣ ନିର୍ବାଚନ ପୁର୍ବରୁ ଚାରି ଟି ନୂଆ ଜିଲ୍ଲା ଘୋଷଣା କରିବକୁ ଥିବା ଖବର ବିଭିନ୍ନ ଗଣମାଧ୍ୟମରେ ଗତ କିଛି ଦିନ ତଳେ ପ୍ରକାଶିତ ହୋଇଥିବାରୁ ଟିଟିଲାଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ମିଳିପାରେ ବୋଲି ଜିଲ୍ଲା ମାନ୍ୟତା ଦାବି ଜୋରଦାର ହେବା ସହିତ ଉଗ୍ରରୂପ ନେଉଥିବାବେଳେ ମଙ୍ଗଳବାର ଟିଟିଲାଗଡ ନଗର ବିଜୁ ଜନତା ଦଳ ଗଣଧାରଣା ରେ ଯୋଗଦାନ କରିଛନ୍ତି । ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଶ୍ରୀଯୁକ୍ତ ଭବାନୀ ହୋତା, ବରିଷ୍ଠ ବିଜେଡି ନେତା ଓ.ଏନ୍.ଜି. ସି ର ପୂର୍ବତନ କାର୍ଯ୍ୟକାରୀ ନିର୍ଦ୍ଦେଶକ ଚିନ୍ତାମଣି ତାଣ୍ଡି, ପୂର୍ବତନ ବ୍ଲକ ଚେୟାରମାନ୍ ଭରତ ତାଣ୍ଡି , ପୂର୍ବତନ ବିଜେଡି ନଗର ସଭାପତି ଶ୍ୟାମପ୍ରସାଦ ଗରିଆ, ବିଜେଡି ନେତା ସଞ୍ଜୀବ ମିଶ୍ର , ବିଜେଡି ଯୁବ ନେତା କୁନା ଭାଟି, ଜିଲ୍ଲା କାର୍ଯ୍ୟକାରିଣୀ ର ସଦସ୍ୟ ରହିମ ଖାନ, ଦିନେଶ ଅଗ୍ରୱାଲ, ଫାରୁଖ୍ ଖାନ, ଟିକେ ମାଝୀ ତଥା ବହୁ ବିଜେଡି କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଟିଟିଲାଗଡରୁ ଭିଷ୍ମସେନ୍ ମହାକୁରଙ୍କ ରିପୋର୍ଟ odiabarta.inFor latest news & views update

Udyog Nursery
Udyogi Nursery

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.