ଜିଲ୍ଲା ସ୍ତରୀୟ ସାରସ୍ୱତ ସଭା ତଥା ବନ୍ଧୁମିଳନ ଉତ୍ସବ

ଯାଜପୁର: ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ନବବର୍ଷ ୨୦୨୧ ଉପଲକ୍ଷେ ଯାଜପୁର ଜିଲ୍ଲାର ବାଗ୍ମୀ ସାରସ୍ଵତ ଧୂରୀଣ ସ୍ରଷ୍ଟା ମାନଙ୍କୁ ନେଇ ହରିପୁର ପ୍ରାଥମିକ ବିଦ୍ୟାଳୟରେ ବନ୍ଧୁମିଳନ, ସାରସ୍ୱତ ଆଲୋଚନା ଚକ୍ର ତଥା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତି ବିନୋଦିନୀ ଦାଶଙ୍କ ସଭାପତିତ୍ୱ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଅଜୟ କୁମାର ମହାନ୍ତି ଓ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନଟବର ସାହୁ ସାହିତ୍ୟର ବିଭିନ୍ନ ଦିଗ ବିଷୟରେ ସବିଶେଷ ଆଲୋଚନା କରିଥିଲେ।

Omkar Vasthu
Omkar Vasthu


ଶ୍ରୀଯୁକ୍ତ ପ୍ରତାପ ରୁଦ୍ର ପଣ୍ଡା ଓ ଶ୍ରୀମତି କମଳିନୀ ପାଗଡ ଆସରରେ ଖୁବ ସୁନ୍ଦର ଭାବରେ କବିତା ସଂଯୋଜନା କରିଥିଲେ ଏବଂ ତିରିଶରୁ ଉର୍ଦ୍ଧ୍ବ କବି /ସ୍ରଷ୍ଟାଙ୍କ ଅବଗତି ନିମନ୍ତେ ବିନୋଦିନୀ ଦାଶ ପରିବାରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ରଖିଥିଲେ।

Pearl dental clinic
Near Ashish Medical Store, Bhawanipatna


ଉକ୍ତ ଉତ୍ସବରେ ବିନୋଦିନୀ ଦାଶ, ଅଜୟ କୁମାର ମହାନ୍ତି, ନଟବର ସାହୁ, ପ୍ରତାପ ରୁଦ୍ର ପଣ୍ଡା, ଅଭୟ କୁମାର ତ୍ରିପାଠୀ, ଗାୟତ୍ରୀ ନାୟକ, ସରୋଜିନୀ ପତି, ସୁରେନ୍ଦ୍ର କୁମାର ବେହେରା, ବୈଦ୍ୟନାଥ ପଣ୍ଡା, ଭରତବନ୍ଧୁ ବିଶ୍ଵାଳ, ସନ୍ତୋଷ ମହାପାତ୍ର, କମଳିନୀ ପାଗଡ, ଅଞ୍ଜୁବାଳା ଜେନା, ଜଗନ୍ନାଥ ସେଠୀ, ନରୋତ୍ତମ ସାହୁ, ଶିବପ୍ରସାଦ ବରାଳ ଭଳି ସୁସାହିତ୍ୟିକ ବନ୍ଧୁ ମାନେ ନିଜର ସ୍ଵରଚିତ ସୃଷ୍ଟି ମାନ ପାଠ କରିଥିଲେ।

Udyog Nursery
Udyogi Nursery


ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଜୟ ମହାନ୍ତି କବିତା ଗୁଡିକ ସମୀକ୍ଷା କରିବା ସହ ଗଠନମୂଳକ ମତାମତ ଓ ଆଜିକାଲିର ସାହିତ୍ୟ ରଚନା ଉପରେ ସୁପରାମର୍ଶ ଦେଇଥିଲେ।ଶେଷରେ ଅତିଥି ବନ୍ଧୁମାନେ ସାହିତ୍ୟିକ କବି ବନ୍ଧୁ ପରିବାରର ଆଭିମୁଖ୍ୟ କୁ ଭୁରିଭୁରି ପ୍ରଶଂସା କରିବା ସହ ପରିବାରର ଉତରୋତ୍ତର ଉନ୍ନତି କାମନା କରିଥିଲେ। ଶେଷରେ କମଳିନୀ ପାଗଡ ଅତିଥି ମାନଙ୍କୁ ଧନ୍ୟବାଦ ଭାଇ ଦେଇ ସଭାକାର୍ଯ୍ୟ ସାଙ୍ଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.