କୀଟନାଶକ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ

ଗୋଳାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରୀ ପଂଚାୟତର ତୁମୁରା ଗ୍ରାମରେ କୀଟ ନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ମ୍ୟାଲେରିଆ ଓ ଅନ୍ୟାନ୍ୟ ରୋଗରୁ ମୁକ୍ତି ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ପକ୍ଷରୁ ଏହି ମଶାରୀ ମାଗଣାରେ ଯୋଗେଇ ଦିଆଯାଇଛି। ତୁମୁରା ଗ୍ରାମରେ ଦିଆଯାଇଥିବା କୀଟ ନାଶକ ମଶାରୀ ସ୍ଥାନୀୟ ସରପଞ୍ଚ ଶ୍ରୀ ଗିରିଧାରୀ ତେଜି , ଆଶା କର୍ମୀ ରଜମନି ସେଠିଆ, ଅଙ୍ଗନୱାଡ଼ି କର୍ମୀ ଜ୍ୟୋତି ବାଗ, ମୁହଁରେ ମାସ୍କ ପରିଧାନ କରି ସାମାଜିକ ଦୂରତା ରକ୍ଷା କରି ପ୍ରଥମ ପର୍ଯ୍ୟାୟରେ ୧୫୦ ଜଣଙ୍କୁ କୀଟ ନାଶକ ମଶାରୀ ବଣ୍ଟନ କରି ଥିଲେ।


ଘରେ ବା ବାହାରେ ଶୋଇବା ସମୟରେ ବ୍ୟବହାର କରିବା ପାଇଁ ମାନଝରୀ ସରପଞ୍ଚ ଆସିଥିବା ସମସ୍ତ ଲୋକଙ୍କୁ ପରାମର୍ଶ ଦେଇ ଥିଲେ। ମଶାରୁ କିପରି ବର୍ଷା ମାସରେ ସୁରକ୍ଷିତ ରହିବେ ଆଶା କର୍ମୀ ତାହା ଲୋକଙ୍କୁ ପରାମର୍ଶ ଦେଉଥିଲେ।

ଗୋଳାମୁଣ୍ଡା ପ୍ରତିନିଧି ସୁଶିଲ କୁମାର ତେଜିଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.