ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗର୍ତ ପୁଜିଲଡ଼ୁ ଗ୍ରାମ ନିକଟରେ ଥିବା ଜଙ୍ଗଲରୁ ଏକ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ସୂଚନାମୁତାବକ ବାରବନ୍ଧା ପଂଚାୟତ ପୁଜିଲଡ଼ୁ ଗ୍ରାମର ସୁଜିତ ସେନାପତି ଗତକାଲି ଘରୁ ବାହାରିଥିଲେ ନିଜ ବାଇକରେ। ରାତିରେ ଆଉ ସେ ଘରକୁ ଫେରିନଥିବାବେଳେ ଆଜି ନିକଟ ଜଙ୍ଗଲର ଏକ ଗଛରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପରେ ପୋଲିସ ଖବର ପାଇ ମୃତ ଦେହକୁ ଉଦ୍ଧାର କରିବା ସହିତ ଶବବ୍ୟବଚ୍ଛେଦ୍ଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ମ.ରାମପୁରଥାନରେ ମାମଲା ରୁଜୁ ହେଇ ତଦନ୍ତ ଚାଲିଥିବା ଜଣାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.