ଆଜି ଜାତୀୟ କ୍ରେଡିଟ ଫ୍ରେମୱର୍କ ସାର୍ବଜନୀନ ଆଲୋଚନା ଆରମ୍ଭ କରିବେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଜାତୀୟ କ୍ରେଡିଟ ଫ୍ରେମୱର୍କ ପ୍ରସ୍ତୁତ କରୁଥିବା କମିଟି ସହ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ସ୍କୁଲ ଶିକ୍ଷା ସଚିବ ଅନୀତା କରୱଲ, ଉଚ୍ଚ ଶିକ୍ଷା ସଚିବ ସଞ୍ଜୟ ମୂର୍ତ୍ତି, ଏନସିଭିଇଟି ଅଧ୍ୟକ୍ଷ ଡଃ ନିର୍ମଲଜିତ ସିଂହ କଲସି ଏବଂ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ସାମିଲ ହୋଇଥିଲେ । ଆଜି ଅକ୍ଟୋବର ୧୯ରୁ ଜାତୀୟ କ୍ରେଡିଟ ଫ୍ରେମୱର୍କ ସାର୍ବଜନୀନ ଆଲୋଚନା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଶ୍ରୀ ପ୍ରଧାନ ସହମତ ହୋଇଛନ୍ତି ।

ଭାରତ ସରକାର ୧୮ ନଭେମ୍ବର ୨୦୨୧ରେ ଜାରି ଏକ ନିର୍ଦ୍ଦେଶନାମା ଅନୁଯାୟୀ ଉଭୟ ଧନ୍ଦାମୂଳକ ଓ ସାଧାରଣ ଶିକ୍ଷା ପାଇଁ ଏକ ଜାତୀୟ କ୍ରେଡିଟ ଆକ୍ୟୁମୁଲେସନ ଓ ଟ୍ରାନ୍ସଫର ଫ୍ରେମୱର୍କ ବିକଶିତ କରିବାକୁ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ ମଞ୍ଜୁରୀ ଦେଇଥିଲେ । ଏହି କ୍ରେଡିଟ ଫ୍ରେମୱର୍କ ଶୈକ୍ଷିକ ଓ ଧନ୍ଦାମୂଳକ କାର୍ଯ୍ୟକ୍ଷେତ୍ର/ଶିଖିବାର ଉପାଦାନଗୁଡିକୁ ଏକାଠି କରିବାକୁ ସକ୍ଷମ କରିବା ସହ ଏହି ଦୁଇଟି ମଧ୍ୟରେ ନମନୀୟତା ଓ ଗତିଶୀଳତା ସୁନିଶ୍ଚିତ କରିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.