ଶାନ୍ତିପଡାରେ ବିବାହିତା ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବଲାଙ୍ଗିର,୭/୧୨ : ଶୁକ୍ରବାର ସନ୍ଧ୍ୟା ୫ଟା ସମୟରେ ବଲାଙ୍ଗୀର ସ୍ଥିତ ଶାନ୍ତିପଡା ରେ ରହୁଥିବା ଝରଣା ସାହୁ (୨୬) ଘର ଭିତର ପଟୁ କବାଟ ବନ୍ଦ କରି ବେକରେ ରସି ଲଗେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କ ବାହା ହେବା ୭ବର୍ଷ ହୋଇଥିବା ବେଳେ ତାଙ୍କ ଗୋଟିଏ ୬ବର୍ଷର ଶିଶୁପୁତ୍ର ଅଛି। ତାଙ୍କ ସ୍ୱାମୀ ଜୀବର୍ଦ୍ଧନ ସାହୁଙ୍କ ପ୍ରତିକ୍ରିୟା ନେବାରୁ ଦୁହିଁଙ୍କ ମଧ୍ୟରେ ଆଗରୁ ସେମିତି କିଛି ସମ୍ପର୍କ ଖରାପ ନ ଥିଲା ବୋଲି କହିଛନ୍ତି। ଏହି ଘଟଣାର ଖବର ପାଇ ବଲାଙ୍ଗିର ଟାଉନ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବଟିକୁ ଜବତ କରି ଭୀମଭୋଇ ମେଡିକାଲ କୁ ଶବ ବ୍ୟବଛେଦ ପାଇଁ ପଠେଇ ଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.