କମ୍ରେଡ୍ ସାଥୀ ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ଶୋକ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ଅଗ୍ରଣୀ ସେନାପତି, ବିଶିଷ୍ଟ ମାକ୍ସବଦୀ ତତ୍ୱବିତ, ପୂର୍ବତନ ଲୋକସଭା ସଭ୍ୟ ଓ ସିପିଆଇଏମର ପୂର୍ବତନ ରାଜ୍ୟ ସମ୍ପାଦକ ସାଥୀ ଶିବାଜୀ ପଟ୍ଟନାୟକଙ୍କ ଗତ କାଲି ଦେହାନ୍ତ ହୋଇଯାଇଛି ।ସିପିଆଇଏମ କଳାହାଣ୍ଡି ଜିଲ୍ଲା କମିଟି ତାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛି । ଜିଲ୍ଲା କମିଟି ସମ୍ପାଦକ ବିଶ୍ୱଜିତ ଚାଟାର୍ଜୀଙ୍କ ନେତୃତ୍ୱରେ ଶୋକ ସଭା କରି କମ୍ରେଡ ସାଥୀ ଶିବାଜୀ ପଟ୍ଟନାୟକଙ୍କ ଜୀବନୀର ସ୍ମୃତି ଚାରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ମଣ୍ଡଳୀ ସଭ୍ୟ ଗଙ୍ଗାଧର ପ୍ରହରାଜ, ଗ୍ରାମ ସମ୍ପାଦକ ସତ୍ୟଜିତ ଚାଟାର୍ଜୀ, ବିନତା ରାଉତ, ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.