କୋକସରାଠାରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ପ୍ରଶାସନ ଓ ଶ୍ରମବିଭାଗ ସୋଯନ୍ୟତାରେ ଗୁରୁବାର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ ଯୋଗଦେଇ ଓଡିଶା ସରକାରଙ୍କ ନିର୍ମାଣ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ସହାୟତା ଯୋଜନା ଓ ପଞ୍ଜୀକରଣ ପାଇଁ ନିଜକୁ କିଭଳି ପଞ୍ଜୀକୃତ କରାଇ ନିଜ ନିଜର ସୁବିଧା ଓ ଅଧିକାରକୁ ଉପଲବ୍ଧି କରିପାରିବେ ତାହା ଶ୍ରମିକ ଭାଇ ଭଉଣୀମାନଙ୍କୁ ଆହ୍ଵାନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ, କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ ବାଗ ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ଜିଲ୍ଲାଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳ ନିର୍ମାଣ ପଞ୍ଜୀକରଣ ପାଇଁ ଓ ବିଭିନ୍ନ କଲ୍ୟାଣ ମୂଳକ ଯୋଜନା କିଭଳି ପାଇପାରିବେ ତାହା ବିଶେଷଭାବେ ଶ୍ରମିକମାନଙ୍କୁ ବାର୍ତ୍ତା ଦେଲେ। ଏହି ଶିବିରରେ ୫୯ ଜଣଙ୍କୁ ଶିକ୍ଷା ସହାୟତା, ବିବାହ ସହାୟତା ୩୦ ଜଣ, ଅନ୍ତେଷ୍ଟିକ୍ରିୟା ସହାୟତା ୯ ଜଣ, ମୃତ୍ୟୁକାଳୀନ ସହାୟତା ୧୨ଜଣ ଏଭଳି ମୋଟ ୧୧୦ଜଣଙ୍କୁ ସମୁଦାୟ ୩୬ ଲକ୍ଷ ୨୪ ହଜାର ୭ ଶହ ଟଙ୍କା ସହାୟତା ରାଶି ଡି.ବି.ଡି ମାଧ୍ୟମରେ ହିତାଧିକାରୀଙ୍କ ଜମାଖାତାକୁ ପ୍ରେରଣ କରାଯାଇଥିବା ସୂଚନା ଦିଆଯାଇଛି। ଶିବିରରେ ସାଧାରଣ ଜନତା, ଟ୍ରେଡ ୟୁନିୟନ ସଭ୍ୟଙ୍କ ସହ ଶତାଧିକ ଶ୍ରମିକ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.