ଖେଲୋ ଇଣ୍ଡିଆ ରାଜ୍ୟ ସ୍ତରୀୟ ଉଷୁ ମହିଳା ଲିଗ୍ ପ୍ରତିଯୋଗିତାରେ ସୋନପୁରକୁ ୮ ପଦକ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ) : ଦୁଇଦିନିଆ ଖେଲୋ ଇଣ୍ଡିଆ ରାଜ୍ୟସ୍ତରୀୟ ଉସୁ ପ୍ରତିଯୋଗିତlରେ ଚଳିତ ମାସ ତା:୨୮/୦୮/୨୦୨୩ରିଖ ଠାରୁ ତ:୨୯/୦୮/୨୦୨୩ରିଖ ମଧ୍ୟରେ ଆନୁକୁଲ୍ୟସ୍ଥିତ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଟି. ଅର୍. ଏଲ୍ କ୍ରୋଷକି କମ୍ପାନୀ ଜୁବୁଲି ହଲ୍ ଠାରେ ଖେଲୋ ଇଣ୍ଡିଆ ଊଷୁ ମହିଳା ଲିଗ୍ ଖେଳ ଆରମ୍ଭ ହୋଇଥିଲା। ଏଥିରେ ୧୮ଜିଲ୍ଳା ରୁ ସର୍ବମୋଟ ୨୦୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସୋନପୁର ଜିଲ୍ଲା ରୁ ୮ଜଣ ଖେଳାଳୀ ଏବଂ ଜଣେ ଅଫିସିଆଲ୍ ଯୋଗଦାନ ଦେଇଥିଲେ ।ଏହି ଜିଲ୍ଳା ର ଖେଳାଳୀ ମାନେ ଖେଲୋ ଇଣ୍ଡିଆ ରାଜ୍ୟସ୍ତରୟ ଉସୁ ମହିଳା ଲିଗ୍ ପ୍ରତିଯୋଗିତାରେ ପ୍ରତିକ୍ଷା ବଳିଆର ସିଂ ଓଜନ ୪୦ କିଲୋ, ଯୋଷିତା କୁଜୁର୍ ୭୫ କିଲୋ ଓ ମଧୁମିତା ବଗର୍ତ୍ତି ୬୦କିଲୋ ଓଜନ ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ସୁଶ୍ରୀ ପ୍ରିୟମ୍ବଦା ୫୫କିଲୋ, ଅର୍ପିତା ପ୍ରଧାନ ୭୦କିଲୋ ଏବଂ ରିତା ସେଠୀ ଓଜନ ୫୦କିଲୋ ରେ ରୋପ୍ୟ ପଦକ ଏବଂ ଶେଷରେ କୋଷିକା ରାଉତ୍ ରାୟ ୭୫କିଲୋ ଓ ଆରୋହୀ ପ୍ରସନ୍ନ ପ୍ରଧାନ ୫୦କିଲୋ ଓଜନ ରେ ସ୍ଵର୍ଣ୍ଣ ପଦକ ହାସଲ କରି ସୋନପୁର ଜିଲ୍ଲା ପାଇଁ ଗର୍ବାନ୍ଵିତ କରିଥିଲେ। ଏଥିରେ ସୋନପୁର ଜିଲ୍ଲା ର ଊସୁ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଅନୁସୂୟା ବିଶି ଓ ଆସୋସିଏସନ୍ ର ସଦସ୍ୟ ମାନେ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରି ସମ୍ବର୍ଦ୍ଧନା ଜ୍ଞାପନ କଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.