ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଚାଲିଥିବା ଆନ୍ଦୋଳନ ଧିରେ ଧିରେ ତୀବ୍ରତର ହେବାରେ ଲାଗିଛି। ଏଥିପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଜାରି ରହିଛି। ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ଧର୍ମଗଡ଼ ପକ୍ଷରୁ ଚାଲିଥିବା ଏହି ଗଣଧାରଣାକୁ ସମର୍ଥନ କରିଛି ଯାଦବ ମହାସଂଘ ଧର୍ମଗଡ଼ ଉପଖଣ୍ଡ । ଧାରଣା ସ୍ଥଳରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଡମ୍ବରୁଧର ଲହଜଲ, ଜିଲ୍ଲା ଯୁବ ଯାଦବ ମହାସଭାର ଉପ ସଭାପତି ଡାକେ ଲହଜଲ, ଅରୂପ ନାଗ, ଈଶ୍ୱର ଗୋପାଳ, ପ୍ରତାପ କିଶୋର ରାଉତ, ଧର୍ମଗଡ଼ ବ୍ଲକରୁ ତୁଳସୀ ବାରିକ, ତେଣ୍ଡାପାଲି ସରପଞ୍ଚ ଗୌଲାଚନ ଗୋପାଳ, ଟିକମନ୍ ଯାଦବ, ଗୌର ବାଗ, ଗୋଲାମୁଣ୍ଡା ବ୍ଲକରୁ ଲମ୍ବୋଦର ଜାଲ, ରାଜୀବ ବାଗ, କଲମପୁର ବ୍ଲକରୁ କେଦାର ନାଥ ଖର୍ସେଲ, କିଶୋର ହଂସ, ଗୌରୀ ହଂସ, କୋକସରା ବ୍ଲକ ସଭାପତି ବିନୋଦ ରାଉତ, ଧନ ସିଂ ବାଗ, ପ୍ରହଲ୍ଲାଦ ଚଣ୍ଡୀ, ସୁଦର୍ଶନ ବେହେରା, ଜୟପାଟଣା ବ୍ଲକରୁ ହିମାଞ୍ଚଲ୍ ଗୋପାଳ, ଉପେନ୍ଦ୍ର ବାଗ, ନିଲମ୍ ଚନ୍ଦ୍ର ଗୋପାଳ, ଧର୍ମଗଡ଼ ବ୍ଲକ ଯୁବ ଯାଦବ ସଭାପତି ଲବଣୀ ରାଉତ ଯାଦବ, ସମ୍ପାଦକ ଲକ୍ଷ୍ମଣ ନାଏକ ଯାଦବ, ଘୁମର୍ ଆଞ୍ଚଳିକ ସଭାପତି ନିରାକାର ଗୋପାଳ, ପିପଲା ଆଞ୍ଚଳିକ ସଭାପତି କାର୍ତ୍ତିକ ଛତ୍ରିଆ, ଦୁମେରଗୁଦ ଆଞ୍ଚଳିକ ସଭାପତି ସୁରେଶ ଗୋପାଳ, ମହିଳା ନେତ୍ରୀ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ହେମାଗ୍ନିନି ହଂସ, ବରିଷ୍ଠ ଯାଦବ ନେତୃତ୍ବ ଧନୁ ଗୋପାଳ, ତରୁଣ ବାଗ, ଭବାନୀ ଶଙ୍କର ଖଡିକାର, ଦୈତାରି ବାଗ, ଅରକ୍ଷିତ ଗୋପାଳ ଅନାମ ଗୋପାଳ, ରାଜୀବ ହାତୀ, ରାଜା ହାତୀ, ଜୁନାଗଡ଼ରୁ ଜିଲ୍ଲା ଉପ ସଭାପତି ଅରୂପ ନାଗ ଈଶ୍ୱର ଗୋପାଳ ପରେମଶ୍ବର ମେଟଲ ପ୍ରତାପ କିଶୋର ରାଉତଙ୍କ ସମେତ ସଂଘର ଅନେକ ଯାଦବ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ଯା ହେମାଙ୍ଗିନୀ ହଂସ ସମସ୍ତଙ୍କୁ ରାକ୍ଷୀ ବାନ୍ଧିଥିଲେ। ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ବରିଷ୍ଠ ଯାଦବ ନେତୃତ୍ବ ତଥା ପୂର୍ବତନ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଲ ପ୍ରକାଶ କରିଛନ୍ତି।