ସୁବର୍ଣ୍ଣପୁରରେ ସ୍ୱଚ୍ଛ ଭାରତ ସଙ୍ଗଠନର ନିଆରା ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ୱଚ୍ଛ ଭାରତ ତରଫରୁ ଏକ ନିଆରା ଢଙ୍ଗରେ ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ସହିତ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସଂଗଠନ ର ମହିଳା ସ୍ବେଛାସେବୀ ଇନ୍ଦୁମତୀ ପୁରୋହିତ, ସଂଗୀତା ନାଏକ ଓ ବିଦ୍ୟାଳୟ ଶିକ୍ଷୟିତ୍ରୀ ପଦ୍ମିନୀ ସାହୁ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ଫୁଲ ଚନ୍ଦନ ଆରତୀ ବନ୍ଦାପନା କରି ରକ୍ଷା ବନ୍ଧନ କରିଥିଲେ l ଭଗବାନ ଙ୍କ ଏ ଅନଵୈଦ୍ୟ ସୃଷ୍ଟିରେ ସମସ୍ତ ପ୍ରାଣୀ ଭଗବାନ ଙ୍କ ବର ଦାନ ଅଟେ l ତାହା ମଧ୍ୟରେ ଦିବ୍ୟlଙ୍ଗ ଛାତ୍ରଛାତ୍ରୀ ଵା ପ୍ରତିଭା ଙ୍କୁ ଭଗବାନ ସ୍ୱତନ୍ତ୍ର ବିବ୍ୟ ଦୃଷ୍ଟି ପ୍ରଦାନ କରିଥାନ୍ତି l ଏମାନଙ୍କ ଏ ପ୍ରତିଭା ବଳ ରେ ଭୀମଭୋଇ ଙ୍କ ଭଳି ଜଣେ ଜଣେ କାଳଜୟୀ ହୋଇ ପାରିବେ ବୋଲି ଆଜିର ମୁଖ୍ୟ ଅତିଥି ପୋଲିସ ଆର ଆଇ ସରୋଜ ବେହେରା, ମୁଖ୍ୟ ବକ୍ତା ପ୍ରଦୀପ ପୁରୋହିତ, ଅତିଥି ପଠାନ କୁମାର ପଣ୍ଡା, ସାୟଦ ଅଲିମୁଲ ଇସଲାମ ମତ ରଖିଥିଲେ l ଏ ମହାନ ସଂସ୍କୃତି ପରମ୍ପରା ରକ୍ଷା ବନ୍ଧନ ପାଳନ କେବଳ ଭାଇ ଭଉଣୀ ଙ୍କ ସୁରକ୍ଷା ପାଇଁ ନୁହେଁ ଭାରତ ମାତା ଙ୍କ ଆମ ଦେଶ ର ସୁରକ୍ଷା ପାଇଁ ଆଜିର ଦିନ ରେ ସଂକଳ୍ପ ନେବା ଉଚିତ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପୁଷ୍ପକ ରାୟ, ଦୁର୍ଯ୍ୟନୀ ସାହୁ, ରାକେଶ ନାଗ, ପ୍ରମୋଦ ସାହୁ, ଗରିବ ଲୋଇ, ଅଶୋକ ହୋତା, ତରଣୀ ମେହେର, ସୁଶାନ୍ତ ସାହୁ, ଜୟନ୍ତ ବେହେରା ପ୍ରମୁଖ ସ୍ବେଛାସେବୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଦିବ୍ୟାଙ୍ଗ ଛାତ୍ରୀ ସୋନାଲି ମେହେର ଓ ଗୁରୁ ପୁଷ୍ପକ କୁମାର ଙ୍କ ଭଜନ ସଂଗୀତ ରେ ସମସ୍ତେ ଭାବ ବିହ୍ଵଳ ହୋଇ ଯାଇଥିଲେ l ରକ୍ଷା ବନ୍ଧନ ପରେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟାନ୍ନ ଓ ଜଳ ପାନ ବଣ୍ଟନ କରାଯାଇଥିବା ବେଳେ କ୍ୟାମ୍ପସ ର ବୃକ୍ଷ ମାନଙ୍କ ରେ ମଧ୍ୟ ଅତିଥି ଓ ସ୍ବେଛାସେବୀ ଙ୍କ ଦ୍ୱାରା ରକ୍ଷା ବନ୍ଧନ କରାଯାଇଥିଲା l ମନୋରଞ୍ଜନ ତ୍ରିପାଠୀ ଓ ମନୋଜ ପଣ୍ଡା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଶେଷରେ ବିଦ୍ୟାଳୟ ର ଅଧ୍ୟକ୍ଷ ଉତ୍ତମ ଦେହୁରୀ ଧନ୍ୟବାଦ ଅର୍ପଣ କରି ଆଜିର ଏଇ ହିନ୍ଦୁ ପରମ୍ପରା ଉତ୍ସବ ରେ ସର୍ବ ଧର୍ମ ଲୋକ ଙ୍କ ଉପସ୍ଥିତି ରାଷ୍ଟ୍ରୀୟ ମନୋଭାବ କୁ ଦ୍ବିଗୁଣିତ କରିଛି ବୋଲି କହିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.