ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପବିତ୍ର ରକ୍ଷା ବନ୍ଧନ ଅବସର ରେ ଆଜି ସୋନପୁର ନୂଆ ରିଜର୍ଭ ପଡିଆ ଠାରେ ଏକ ବନ୍ଧୁତ୍ୱ ପୁର୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି l ପୋଲିସ ଆର ଆଇ ସରୋଜ ବେହେରା, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରିପାଠୀ, କନେଷ୍ଟବଲ ସଂଘ ସମ୍ପାଦକ ସୁଧାଂଶୁ ମେଣ୍ଡଳୀ, ସମାଜସେବୀ ମନୋଜ ପଣ୍ଡା ଅତିଥି ଭାବେ ଯୋଗ ଦେଇ ଖେଳ କୁ ଉଦଘାଟନ କରି ଖେଳାଳି ଓ ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ l ରିଜର୍ଭ ପୋଲିସ ଦଳ ଓ ସହର ର ଭେଟେରାନ ଦଳ ମଧ୍ୟରେ ଆଜି ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିବା ବେଳେ ୨-୦ ଗୋଲ ରେ ରିଜର୍ଭ ପୋଲିସ ଟିମ ବିଜୟୀ ହୋଇଥିଲେ l ଜଣାଶୁଣା ଫୁଟବଲ ଖେଳାଳି ରାକେଶ ନାଗ ଖେଳ ପରିଚାଳନା କରିଥିଲେ l ଭେଟେରାନ ଦଳ ର ଅଧିନାୟକ ସୁରେନ ବାରିକ, ଶଙ୍କର୍ଷଣ ପଟ୍ଟନାୟକ, ସରୋଜ ବାଗ, ଅଶୋକ ସୁନା, କବି ବେହେରା, ଜଳନ୍ଧର ଦୀପ ଏବଂ ରିଜର୍ଭ ପୋଲିସ ଟିମରୁ ଅଧିନାୟକ କବି ମିସ୍ତ୍ରୀ, ଅମିତ ପଟ୍ଟନାୟକ, ହର ମୋହନ ମଲ୍ଲିକ, ସୁଧୀର ମଲ୍ଲିକ, ବିଶ୍ୱ ଜିତ ନାଏକ, ଆନନ୍ଦ ଧରୁଆ, ପଦ୍ମନ ବାଗ, ଭଞ୍ଜ ଦେବ ପଧାନ, ଉମେଶ ମହାଲିକ, ସୁଜିତ ବିଶି ପ୍ରମୁଖ ଖେଳାଳି ଆଜିର ଏହି ମ୍ୟାଚ ରେ ଅଂଶ ଗ୍ରହଣ କରିଥିଲେ l