୩୨ ବର୍ଷ ବୟସରେ ୯୬ଟି ସନ୍ତାନର ବାପା ହେଲେ ଯୁବକ

୯୬ଟି ପିଲାଙ୍କ ବାପାର ବୟସ ମାତ୍ର ୩୨ ବର୍ଷ । ୯୬ ପିଲାଙ୍କର ବାପା ବର୍ତ୍ତମାନ ସୁଧା କେବଳ ୨୫ ଜଣଙ୍କୁ ଭେଟିଛନ୍ତି। ସେ ଯୁବକ ଜଣଙ୍କ ହେଉଛନ୍ତି ଆମେରିକାର ଜର୍ଜିଆ ଷ୍ଟେଟ୍ ୟୁନିଭରସିଟିର ସାଇକୋଲୋଜି ବିଭାଗର ଛାତ୍ର। ଯୁବକ ଜଣଙ୍କ ଏଭଳି ଏକ ଅବିଶ୍ୱସନୀୟ ଘଟଣାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହି ଖବରଟି ସତ। ଆଗ କାଳରେ ଜଣେ ଲୋକର ୮ ରୁ ୯ ଟି ପିଲା ଜନ୍ମ ହେବା ଏକ ସାଧାରଣ କଥା ଥିଲା।  ଯେହେତୁ ସେତେବେଳର ଜୀବନଶୈଳୀ ଟିକେ ଅଲଗା ଥିଲା, କିନ୍ତୁ ଏବେ ଛୁଆ ଜନ୍ମ ହେବା ଆଗରୁ ଫ୍ୟାମିଲି ପ୍ଲାନିଂ ହେଉଛି । ଅତି ବେଶୀରେ ଜଣେ ବ୍ୟକ୍ତିର ୨ ରୁ ୩ଟି ପିଲା ରହିବା କଷ୍ଟକର। ହେଲେ ଦୁନିଆରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାର ମୋଟ ୯୬ଟି ସନ୍ତାନ ଅଛନ୍ତି । ଛୁଆ ଜନ୍ମ ହେବା ପରେ ସେ ସବୁ ପିଲାଙ୍କୁ ଦେଖିନଥିଲେ କି ଜାଣି ବି ନଥିଲେ। କିନ୍ତୁ ଯେତେବେଳେ ସେ ସେମାନଙ୍କୁ ଭେଟିବାକୁ ଚିନ୍ତା କଲେ, ସେତେବେଳେ ତାଙ୍କୁ ଚାକିରି ଛାଡିବାକୁ ପଡିଲା। ଏବେ ଯାଏ କେବଳ ସେ ୨୫ ଜଣଙ୍କୁ ଭେଟିଛନ୍ତି।  ଯୁବକ ଜଣଙ୍କ ହେଉଛନ୍ତି ଆମେରିକାର ଜର୍ଜିଆ ଷ୍ଟେଟ୍ ୟୁନିଭରସିଟିର ସାଇକୋଲୋଜି ବିଭାଗର ଛାତ୍ର ଡାଇଲନ୍ ଷ୍ଟୋନ୍ ମିଲର୍। ପ୍ରକୃତରେ ସେ କଲେଜରେ ପଢୁଥିବା ସମୟରୁ ଅନେକ ଦମ୍ପତିଙ୍କୁ ବାପା ମାଆ ହେବାରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ତାଙ୍କର ୬ ବର୍ଷ ଅଧ୍ୟୟନ ସମୟ ମଧ୍ୟରେ ସେ ୯୬ ପିଲାଙ୍କ ବାପା ହୋଇଯାଇଥିଲେ। ସେ ନିଜର ସ୍ପର୍ମ ଡୋନେଟ୍ କରି ଅନେକ ଦମ୍ପତିଙ୍କୁ ବାପା ମାଆ ହେବାରେ ସାହାଯ୍ୟ କରିଥିଲେ। ଏହିପରି ଭାବରେ ଡାଇଲନ୍ ଷ୍ଟୋନ୍ ମିଲର୍ ୯୬ ଜଣ ପିଲାଙ୍କ ବାପା ହେବାର ସୌଭାଗ୍ୟ ପ୍ରାପ୍ତି କରିଥିଲେ। ଏମିତି କରିବା ପଛରେ ତାଙ୍କର ଏକ କାରଣ ମଧ୍ୟ ଥିଲା। ସୁଚନା ଅନୁଯାୟୀ ଡାଇଲନ୍ ଷ୍ଟୋନ୍-ମିଲର୍ ତାଙ୍କର ୬ ବର୍ଷର ପାଠପଢ଼ା ସମୟରେ ଟଙ୍କା ରୋଜଗାର କରିବା ପାଇଁ ସ୍ପର୍ମ ଡୋନେଟ୍ କରିଥିଲେ। କିଛି ବର୍ଷ ପରେ ସେ ନିଜ ବାଇଲୋଜିକାଲ ପିଲାମାନଙ୍କୁ ଭେଟିବା ଆରମ୍ଭ କରିଥିଲା ବେଳେ ୨୦୨୦ ମସିହାରେ ପ୍ରଥମ ଥର ପାଇଁ, ଡାଇଲାନ୍ ତାଙ୍କର ଦୁଇ ଝିଅଙ୍କୁ ଭେଟିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ତାଙ୍କର ୨୫ ଟି ବାଇଲୋଜିକାଲ୍ ସନ୍ତାନଙ୍କୁ ଭେଟିଛନ୍ତି। ସେ ଏହି କାମ ପାଇଁ ଚାକିରି ଛାଡି ଦେଇଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ପିଲାମାନଙ୍କ ସନ୍ଧାନରେ ୧୪,୦୦୦ କିଲୋମିଟର ଯାତ୍ରା କରିସାରିଲେଣି । ତାଙ୍କ ପାଖରେ ନାମ, ବୟସ ଏବଂ ପିଲାମାନଙ୍କର ଠିକଣାର ଏକ ସମ୍ପୂର୍ଣ୍ଣ ତାଲିକା ଅଛି, ଯାହା ସାହାଯ୍ୟରେ ସେ ତାଙ୍କର ବାଇଲୋଜିକାଲ ପିଲାମାନଙ୍କୁ ଖୋଜୁଛନ୍ତି। ବାପା ମା’ର ସୋଭାଗ୍ୟ ପାଇବା କିଛି ଜଣକ ଭାଗ୍ୟରେ ନଥାଏ। ସେମାନଙ୍କ ଆଶାକୁ ନିରାଶ ନକରି ଡାଇଲନଙ୍କ ଏହି ପଦକ୍ଷେପ ନିହାତି ପ୍ରଶଂସା ଯୋଗ୍ୟ। ନିଜ ସ୍ପର୍ମ ଡୋନେଟ୍ କରି ସେ ଅନ୍ୟମାନଙ୍କୁ ଗୋଟିଏ ଭଲ ପରିବାର ଦେଇଛନ୍ତି। ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.