କୁଳମଣି ମାଝୀଙ୍କ ପରଲୋକ; ବିଭିନ୍ନ ମହଲରୁ ଶୋକ ପ୍ରକାଶ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବଡ ଧାରପୁର ଗ୍ରାମର କୁଳମଣି ମାଝୀ ୬୫ ବର୍ଷ ବୟସରେ ଆଜି ଭୋର୍ ୪ଟା ସମୟରେ ଇହଲୀଳା ସମ୍ବରଣ କଲେ I ସେ କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ ଯୋଗଦେଇ ବିଜ୍ଞାନ ବିଭାଗ ରେ ଜୁନିୟର ଲେବ୍ରୋଟାରୀ ଟେକ୍ନିସିଆନ୍ ଭାବରେ କାର୍ଯ୍ୟ କରି ଅନେକ ଛାତ୍ର, ଛାତ୍ରୀ ଅଧ୍ୟାପକ, ପ୍ରଫେସରଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ I ଚାକିରିରୁ ଅବସର ନେଲାପରେ କଳାହାଣ୍ଡି ଆଦିବାସୀ ସଂଘ, ଆଦିଷ୍କନ୍ଧ ସମାଜ କଳାହାଣ୍ଡି, ବୀର କମଳ ମଇଦାନ ଅସୁରଗଡ, ଆଦିବାସୀ ଚେତନା ପରିଷଦର ସକ୍ରିୟ ସଦସ୍ୟ ଥିଲେ I ଚନ୍ଦାର ପ୍ରଗଣା ର ଜଣେ ସୂସଂଗଠକ ଭାବରେ ତାଙ୍କର ଅବଦାନ ଅତୁଳନୀୟ । ସେ କନ୍ଧ ସମାଜର ଉନ୍ନତୀ ପାଇଁ ସର୍ବଦା କାର୍ଯ୍ୟ କରି ଆସୁଥିଲେ I ମର ଶରୀରକୁ ତାଙ୍କ ଦୁଇ ପୁଅ ଶେଷ ଦେବ୍ ମାଝୀ ଓ ସତ୍ୟ ମାଝୀ ମୁଖାଗ୍ନି ଦେଇ ଥିଲେ I ତାଙ୍କ ବିୟୋଗରେ ବୀର କମଳ ମଇଦାନ ଅସୁରଗଡ ସଭାପତି ଅମର ସିଂ ମାଝୀ, ଡିଷ୍ଟିକ ଆଦିବାସୀ ସଂଘ ସଭାପତି କଳାହାଣ୍ଡି ଶ୍ରୀ ପ୍ରକାଶ ମାଝୀ, ନର୍ଲା ବ୍ଲକ ଆଦିସ୍କନ୍ଧ ସମାଜ ସଭାପତି ଅନ୍ତ ରାମ ମାଝୀ, କନ୍ଧ ସଂସ୍କୃତି ଗବେଷକ ମେଦିନୀ ଧର ଜାନୀ, କନ୍ଧାନ କବି କ୍ଷୀତିଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦସଦସ୍ୟ ତଥା ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ହରି ଶଙ୍କର ମାଝୀ, ନର୍ଲା ପଞ୍ଚାୟତ ସମିତି ଉପାଧକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଶୋକ ବ୍ୟକ୍ତ କରି ଛନ୍ତି I

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.