ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଗଡଭିତର ସ୍ଥିତ ଦୁର୍ଗା ମନ୍ଦିରର ତାଲା କାଟି ଦାନ ବାକ୍ସ ଭାଙ୍ଗି ଗତ ସୋମବାର ରାତିରେ ଦୁର୍ବୃତ୍ତ ମାନେ ଚୋରି କରି ନେଇଥିଲେ। ଏ ନେଇ ସକାଳୁ ପୂଜକ ପ୍ରହଲ୍ଲାଦ ଦାଶ ଦେଖିବା ପରେ ଥାନା ରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ୍ କେସ ନଂ ୨୨୩/୨୩ ରେ ଏକ ମାମଲା ରୁଜୁ କରି ଆଇଆଇସି ପଦ୍ମାସିନୀ ମେହେର ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ମନ୍ଦିରରେ ଲାଗିଥିବା ସିସି ଟିଭି ଫୁଟେଜ ସହ ଡଗ୍ ସ୍କ୍ୱାର୍ଡ ର ସହାୟତା ରେ ସ୍ଥାନୀୟ ବଡ଼ବଜାର ଅଞ୍ଚଳ ର ପ୍ରଦିପ ସେଠୀ ( ପି. ଦୁଃଶାସନ ସେଠୀ) ନିବାସୀ ଯୁଯୁମୁରା, ସମ୍ବଲପୁର କୁ ଗିରଫ କରି କୋର୍ଟ ଚାଲଣ କରିଥିବା ନେଇ ତଦନ୍ତକାରୀ ଅଧିକାରୀ ଦିଲିପ ସାହୁ ସୂଚନା ଦେଇଛନ୍ତି। ଦେଖଣାହାରୀ ଙ୍କ କହିବା ମୁତାବକ ଡଗ୍ ସ୍କ୍ୱାର୍ଡ ମନ୍ଦିର ପରିସରରେ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ପ୍ରଦିପ ମଧ୍ଯ ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ବେଳେ କୁକୁର ତା ଉପରକୁ ମାଡି ବସିଥିଲା। ଓ ପରେ ସେ ଚୋରି ସାରି ଯେଉଁ ଘରକୁ ଯାଇଥିଲା ସେଠାକୁ ମଧ୍ୟ ସନ୍ଧାନୀ କୁକୁର ପହଞ୍ଚିଥିଲା। ପୋଲିସ ର ତ୍ୱରିତ ପଦକ୍ଷେପ ଯୋଗୁଁ ଚୋର ଧରାପଡ଼ିଥିବା ବେଳେ ସ୍ଥାନୀୟ ବୁଦ୍ଧଜୀବୀମାନେ ମଧ୍ୟ ପୋଲିସକୁ ପ୍ରଶଂସା କହିଛନ୍ତି।