ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଚଳିତ ବର୍ଷର ସିବିଏସଇ ଦଶମ ପରୀକ୍ଷାରେ ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି ବେହେରା ଗ୍ରାମର ଚେତନ ଅଗ୍ରୱାଲ। କର ପରାମର୍ଶଦାତା ବିକାଶ ଅଗ୍ରୱାଲ ଓ ଜ୍ୟୋତି ଅଗ୍ରୱାଲଙ୍କ ପୁଅ ଚେତନ ପର୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିବା ବେଳେ ଚଳିତ ସିବିଏସଇ ଦଶମ ପରୀକ୍ଷାରେ ୯୫.୬ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ଟପ୍ପର ହେଇଛନ୍ତି। କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସଫଳତା ପାଇଥିବା ସେ ପ୍ରକାଶ କରିଛନ୍ତି। ଚେତନ ଭବିଷ୍ଯତରେ ଜଣେ ଦକ୍ଷ ଇଂଜିନିୟର ହେବାର ଲକ୍ଷ୍ଯ ରଖିଛନ୍ତି।