ଏବେ ଖୋଲିବନି ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ! 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆସନ୍ତା ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ବୁଧବାର ସୂଚନା ଦେଇଥିଲେ ଏଏସଆଇ ସୁପରିଟେଡ଼େଣ୍ଟ ଡଃ ଡି.ବି .ଗଡନାୟକ । ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି । ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ । କିନ୍ତୁ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏହାକୁ ଖଣ୍ଡନ କରିବା ସହ ଏ ସମ୍ପର୍କରେ ତର୍ଜମା କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ଏ ନେଇ ପ୍ରତିକ୍ରିୟା ରଖି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ରତ୍ନ ଭଣ୍ଡାର କେବେ ଖୋଲିବ ସେନେଇ ନିଷ୍ପତ୍ତି ହୋଇନି । ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ସରକାର ନିଷ୍ପତ୍ତି ନେବେ । ବିଶୃଙ୍ଖଳିତ ଏଏସଆଇ ଅଧିକାରୀ ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି । ନିଜ ଦୋଷ ତ୍ରୁଟି ଲୁଚାଇବାକୁ ଯାଇ ଅଧିକାରୀ ଜଣଙ୍କ ଏଭଳି ମନ୍ତବ୍ୟ ଦେଇଛନ୍ତି । ସଂପୃକ୍ତ ଏସ୍‌ଆଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । କେବେ ରତ୍ନଭଣ୍ଡାର ଖୋଲାଯିବ ତର୍ଜମା କରି ନିଷ୍ପତ୍ତି ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.