ବାଲେଶ୍ୱରରେ ଅନୁଷ୍ଠିତ ହେଲା ଶହୀଦ୍ ବାଘାଯତୀନଙ୍କ ୧୦୯ତମ ସ୍ମୃତି ଦିବସ

ମନ୍ତ୍ରୀ କହିଲେ, ବାଘାଯତୀନଙ୍କ ବଳିଦାନ ଓ ଦେଶପ୍ରେମ ଇତିହାସରେ ବିରଳ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଜି ପୂର୍ବାହ୍ନ ୧୧ଟାରେ ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବାଘାଯତୀନ ଉନ୍ନୟନ କମିଟି ଆନୁକୁଲ୍ୟରେ ଶହୀଦ୍ ବାଘାଯତୀନଙ୍କ ୧୦୯ ତମ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚ ଶିକ୍ଷା, କ୍ରୀଡା ଏବଂ ଯୁବସେବା ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ବାଘାଯତୀନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉକ୍ତ ସଭାରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ସଦର ବିଧାୟକ ମାନସ କୁମାର ଦତ୍ତ ଏବଂ ବାଲେଶ୍ଵର ପୌରଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ବାଲେଶ୍ୱର ଜିଲ୍ଲାପାଳ ତଥା କମିଟିର ସଭାପତି ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସଭାପତିତ୍ୱ ଏହି ସଭାର ଆୟୋଜନ କରାଯାଇଥିଲା।

Omkar Vasthu
Omkar Vasthu

ଶହୀଦ ବାଘାଯତୀନଙ୍କ ସ୍ମୃତି ଚାରଣ କରି ମନ୍ତ୍ରୀ ଶ୍ରୀ ସୁରଜ ଆଗାମୀ ପିଢି କିଭଳି ବାଘାଯତୀନଙ୍କ ବଳିଦାନକୁ ମନେ ପକାଇବେ, ସେଥିପାଇଁ ସମସ୍ତଙ୍କ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ତାଙ୍କର ବଳିଦାନ, ଦେଶପ୍ରେମ ଓ ବ୍ରିଟିଶମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ସେ ଦେଶ ପାଇଁ ଯେଭଳି ପ୍ରାଣ ଦେଇଥିଲେ ତାହା ଇତିହାସରେ ବିରଳ ବୋଲି ସେ କହିଥିଲେ। ଜିଲ୍ଲାପାଳ ଶ୍ରୀ ବିକାଶ ଉପସ୍ଥିତ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇ ବାଘାଯତୀନଙ୍କ ପରି ବୀରମାନଙ୍କୁ ସ୍ମରଣ କରି ଆମେ ଆମ ଯୁବପିଢ଼ି ମଧ୍ୟରେ ଦେଶପ୍ରେମ ଏବଂ ନାଗରିକତାର ଭାବନା ସୃଷ୍ଟି କରୁଛୁ ବୋଲି ମତ ରଖିଥିଲେ। ରାଷ୍ଟ୍ରୀୟତା, ସାହସିକତା ଏବଂ ନିଃସ୍ୱାର୍ଥପର ସେବାର ମୂଲ୍ୟବୋଧକୁ ବଜାୟ ରଖି ଏକ ଉନ୍ନତ ଭାରତ ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ଏହି ପରମ୍ପରା ଆମକୁ ପ୍ରେରଣା ଯୋଗାଇ ଆସୁଛି ବୋଲି ଜିଲ୍ଲାପାଳ ଶ୍ରୀ ବିକାଶ ମତ ପ୍ରକାଶ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଉକ୍ତ ସଭାରେ ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ବାଲେଶ୍ଵର ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ ଯେଉଁ ନିର୍ଭୀକତା ପାଇଁ ବାଘାଯତୀନଙ୍କୁ ‘ବାଘା’ ଉପାଧିରେ ଭୂଷିତ କରାଯାଇଥିଲା, ତାହା ଆମ ଯୁବପିଢ଼ିଙ୍କ ପାଇଁ ଅନୁକରଣୀୟ । ଆଜିର ଦୁନିଆରେ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବା ପାଇଁ ଏବଂ ଯାହା ଠିକ୍ ତାହା ପାଇଁ ଠିଆ ହେବା ପାଇଁ ଆମକୁ ଏହି ସାହସର ଆବଶ୍ୟକତା ରହିଛି। ଓଡ଼ିଶା ସରକାରଙ୍କ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଦାସ କହିଥିଲେ କି ଭାରତର ସ୍ୱାଧୀନତା ପାଇଁ ବାଘାଯତୀନଙ୍କ ଅବିଚଳ ପ୍ରତିବଦ୍ଧତା ଆଜିର ଯୁବପିଢ଼ିଙ୍କ ପାଇଁ ସାହସର ଆଲୋକବର୍ତ୍ତିକା ସ୍ୱରୂପ। ଏହି ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀଙ୍କର ଜୀବନୀ ଦେଶ ପାଇଁ ସଙ୍କଳ୍ପ ଏବଂ ନିଃସ୍ୱାର୍ଥପର ସେବା କରିବାର ଶକ୍ତିକୁ ଦର୍ଶାଏ। ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ପୂର୍ବତନ ଛାତ୍ରୀ ଭାବେ ବାଘାଯତୀନ ଯେଉଁଠାରେ ପ୍ରାଣବଳି ଦେଇଥିଲେ ସେହିଠାରେ ଠିଆ ହୋଇଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଥିବା କଥା କହିଥିଲେ ବସ୍ତା ବିଧାୟିକା ଶ୍ରୀମତୀ ଜେନା।

Udyog Nursery
Udyogi Nursery

ଉକ୍ତ ସଭାରେ ମାନ୍ୟବର ସଦର ବିଧାୟକ ଶ୍ରୀ ଦତ୍ତ ଦୃଢୋକ୍ତି ରଖିଥିଲେ କି ବାଘାଯତିନଙ୍କ ପରି ସ୍ୱାଧୀନତା ସଂଗ୍ରାମୀ ଉତ୍ପାଦନ କରିବାରେ ଆମ ଜିଲ୍ଲାର ଏକ ସମୃଦ୍ଧ ଇତିହାସ ଅଛି। ସେମାନଙ୍କର କାହାଣୀ ଯେପରି ଆମେ ଭୁଲି ନ ଯାଉ ଏବଂ ଆମର ବିକାଶ ପ୍ରକଳ୍ପରେ ସେମାନଙ୍କର ଭାବନା ବଞ୍ଚି ରହେ ତାହା ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ସେହି ଭଳି ବାଲେଶ୍ଵର ପୌରଧ୍ୟକ୍ଷା ଶ୍ରୀମତୀ ସାହୁ ଶହୀଦ୍ ବାଘାଯତୀନଙ୍କ ଜୀବନ ଆମକୁ ଶିକ୍ଷା ଦିଏ ଯେ ଉଚ୍ଚ ଉଦ୍ଦେଶ୍ୟ ଦ୍ୱାରା ଆମେ ପରିଚାଳିତ ହେଲେ କୌଣସି ପ୍ରତିବନ୍ଧକକୁ ନ ଡରି ସାହସିକତା ସହ ତାହାର ସାମ୍ନା କରିବା।

ଏହି ଅବସରରେ ପଶ୍ଚିମବଙ୍ଗରୁ ଆସିଥିବା ରକ୍ତତୀର୍ଥ ଯାତ୍ରୀମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ବିନୀ ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ଓ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସମେତ ବିଦ୍ୟାଳୟର ଛାତ୍ରୀଗଣ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀ ସୁଜିତ କୁମାର ଦେବ ଓ ସାଧାରଣ ସମ୍ପାଦକ ହରେନ ଚନ୍ଦ୍ର ରଣା ସଭା ପରିଚାଳନା କରିଥିଲେ।

ଏଠାରେ ସୂଚନା ଥାଉ କି ଏହି ଅବସରରେ ବାଘାଯତୀନ ଉନ୍ନୟନ କମିଟିର ଅନ୍ୟତମ ପ୍ରତିଷ୍ଠାତା ଶ୍ରୀ ଶରତ ଚନ୍ଦ୍ର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ ବାଘାଯତୀନଙ୍କ ସ୍ମୃତି ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହା ପରେ ମନ୍ତ୍ରୀ ଓ ଅତିଥିବୃନ୍ଦ ବାଲେଶ୍ୱର ଜେଲରେ ଫାଶୀମଞ୍ଚ ଓ ସ୍ମୃତି ମଣ୍ଡପରେ ଶହୀଦମାନଙ୍କ ଉଦ୍ଦେଶ୍ୟରେ ମାଲ୍ୟାର୍ପଣ କରିଥିଲେ। ଏଥି ସହିତ ଶହୀଦ ବାଘାଯତୀନ ବିକାଶ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଚଷାଖଣ୍ଡ ଦେଶୁଆଁ ପୋଖରିସ୍ଥ ‘ରକ୍ତତୀର୍ଥ’ କ୍ଷେତ୍ରରେ ବାଘାଯତୀନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ମୃତି ସଭାରେ ସାମିଲ ହୋଇଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀ ଗୋପୀନାଥ ସେନାପତି ଓ ସାଧାରଣ ସମ୍ପାଦକ ଶ୍ରୀ ସର୍ବେଶ୍ୱର ମହାନ୍ତି ଏହାକୁ ପରିଚାଳନା କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.