ଡୁମେରବହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଡୁମେରବହାଲରେ ୨ୟ ବାର୍ଷିକ ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବି.ଇ.ଓ ଭବାନୀପାଟଣା  ଆଚାରି ଶବର, ମୁଖ୍ୟ ବକ୍ତା ଭାବେ ବି.ଆର୍.ସି.ସି. ଭବାନୀପାଟଣା ଜୟ କୁମାର ମାଝୀ, ସମ୍ମାନିତ ଅତିଥି ଭାବେ ଏ.ବି.ଇ.ଓ ଭବାନୀପାଟଣା ହୃଷୀକେଶ ନାଏକ, ଏ.ବି.ଓ. ଭବାନୀପାଟଣା ଜଗଦୀଶ ଚନ୍ଦ୍ର ମୁଣ୍ଡ, ସରିଆଁର ଅବସର ପ୍ରାପ୍ତ ଶିକ୍ଷକ ନିର୍ମଳ ଚନ୍ଦ୍ର ଭୋଇ, ଯୁବ ଜ୍ୟୋତି କ୍ଲବ୍ ଡୁମେରବାହାଲର ସମ୍ପାଦକ ଡମ୍ବରୁଧର ବେମାଲ, ସି.ଆର.ସି.ସି ଦେପୁର କ୍ଲଷ୍ଟ ସୂର୍ଯ୍ୟନାରାୟଣ ମହାନ୍ତି ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉମାକାନ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶିକ୍ଷାପାଇଁ ଶିକ୍ଷାର୍ଥୀ, ଶିକ୍ଷକ ଏବଂ ଅବିଭାବକ ମାନଙ୍କର ଭୂମିକାକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ବହିଦାର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଏହି ବାର୍ଷିକ ଉତ୍ସବ ଅବସରରେ ଶିକ୍ଷାର୍ଥୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ଭୋଜନ ସ୍ଥାନ ‘ଆନନ୍ଦ ବଜାର ‘ଏବଂ ‘ଦୁଲ୍ ଦୁଲି ‘ ମଞ୍ଚର ଶୁଭ ଉଦ୍ଘାଟନ ବି.ଇ.ଓଙ୍କ କରକମଳରେ କରାଯାଇଥିଲା। ଏହାର ନିର୍ମାଣର ସମସ୍ତ ଖର୍ଚ୍ଚ କରିଥିବା ଟି. ଶ୍ରିନିବାସ ରାଓ ଓ ଟି. ଶିବାନୀଙ୍କୁ ମଞ୍ଚରେ ସମ୍ୱର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଗ୍ରାମର ଦୁଇଜଣ ବରିଷ୍ଠ ନାଗରିକ ଏବଂ ଯୁବଜ୍ୟୋତି ସାଂସ୍କୃତିକ ଅନୁଷ୍ଠାନଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ପ୍ରସ୍ତୁତ କରିଥିଲେ ଅସୀମ ଭୋଇ ଓ ପରିଚାଳନା କରିଥିଲେ ଶିକ୍ଷୟତ୍ରୀ ଲୋଟସ ତ୍ରିପାଠୀ। ପରିଶେଷରେ ଶିକ୍ଷୟତ୍ରୀ ସୁଶ୍ରୀ ଶୁଭଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.