ଆଜି ରଙ୍ଗର ପର୍ବ ହୋଲି, ଗାଁଠୁ ସହର ଉତ୍ସବମୁଖର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବର୍ଷକରେ ଦିନଟିଏ। ସବୁକିଛି ଭୁଲି ରଙ୍ଗର ମାହୋଲରେ ଭିଜିଯିବାର ପରମ୍ପରାରେ ମସଗୁଲ ହେବେ ଛୋଟରୁ ବଡ଼ ସମସ୍ତେ। ରଙ୍ଗର ପର୍ବ ହୋଲି ଲାଗି ସବୁଠି ଉତ୍ସାହ ପୁରପଲ୍ଲୀରୁ ସହର। ସବୁଠି ରଙ୍ଗ ଉତ୍ସବରେ ମସଗୁଲ ଜନତା। ପିଲାଠାରୁ ବୟସ୍କ ସମସ୍ତେ ଉତ୍ସାହ ଓ ଉଦ୍ଦୀପନାରେ ପାଳନ କରୁଛନ୍ତି ହୋଲି। ହୋଲି ଲାଗି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ଆରମ୍ଭ ହୋଇଛି ସେଲିବ୍ରେସନ୍। ବିଭିନ୍ନ ସ୍ଥାନରେ ଭୋଜି ଭାତର ଆୟୋଜନ ହେଉଥିବା ବେଳେ ନାଚ ଗୀତର ଆସର ବି ଜମିବାକୁ ଲାଗିଲାଣି। ପରସ୍ପରକୁ ରଙ୍ଗ ଲଗାଇବା ସହ ପିଚକାରୀ ମାରି ରଙ୍ଗର ପର୍ବକୁ ଭରପୂର ପାଳନ କରୁଛନ୍ତି ଦେଶବାସୀ। ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ- ସବୁଠି ହୋଲିର ବଡ଼ ସେଲିବ୍ରେସନ। କେବଳ ରଙ୍ଗର ପର୍ବ ନୁହେଁ ବରଂ ପରସ୍ପର ମଧ୍ୟରେ ସଂପ୍ରୀତି, ସଦଭାବ, ସୌହାର୍ଦ୍ଦ୍ୟ ରକ୍ଷା ଲାଗି ହୋଲି କରାଯାଉଛି ପାଳନ। ତେବେ ଏଥିରେ ଛୋଟ ଛୋଟ ପିଲା ମାନଙ୍କ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.