ରୁପ୍ରାରୋଡ ମହାଲକ୍ଷ୍ମୀ ପୂଜା ଉଦଜାପିତ

୧୫ ଦିନ ଧରି ଚାଲିଲା ମାଁ ମହାଲକ୍ଷ୍ମୀଙ୍କ ଆରଧନା ଓ ମେଳା

କଳାହାଣ୍ଡି,୨୭/୧୨:
ଦିର୍ଘ ପନ୍ଦର ଦିନ ଧରି ମହା ସମାରୋହରେ ଆୟୋଜିତ ହୋଇଥିବା ରୁପ୍ରାରୋଡ ମହାଲକ୍ଷ୍ମୀ ପୂଜା ଉଦଜାପିତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟଯେ ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବସ୍ତିରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଐଶ୍ବର୍ଯ୍ୟ, ପ୍ରାଜୁର୍ଯ୍ୟ ଓ ଧନର ଦେବୀ ମହାଲକ୍ଷ୍ମୀଙ୍କ ପୂଜା ଆରଧନା ଏକ ବର୍ଣ୍ଣାଢ୍ୟ ପରିବେଷ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜା ଆଜି ଶେଷ ହୋଇଛି । ବନ ବିଭାଗ କାର୍ଯ୍ୟାଳୟ ପଡିଆ ପରିଷରରେ ମହାଲକ୍ଷ୍ମୀ ପୂଜା ଓ ମେଳାର ଆୟୋଜନ କରାଯାଇଥିଲା । ସୁଦୃଷ୍ୟ ମଣ୍ଡପ ସହ ଉତ୍ତମ ଶିଳ୍ପ କଳାର ନିଦର୍ଶନ ସ୍ବରୂପ ମାଁ ମହାଲକ୍ଷ୍ମୀଙ୍କ ନିଖୁଣ ପ୍ରତିମୂର୍ତି ସହ ପ୍ରଜ୍ଞା ଓ ଜ୍ଞାନର ଦେବତା ଗଣପତି, ବିଦ୍ୟା ଓ ବୁଦ୍ଧିର ଦେବୀ ସରସ୍ବତୀ, ପରମ ପ୍ରେମମୟ ରାଧାକୃଷ୍ଣ ସହ ପୂତନା ବଧ ଆଦି ବିବିଧ ମୂର୍ତିରେ ମଣ୍ଡପ ପରିପୂଣ୍ଣ ହୋଇଥିଲା ।

ପ୍ରତ୍ୟେକ ସନ୍ଧ୍ୟା ଲୋକନାଟକ, ନୃତ୍ୟ ଆସର ସହ ବିଭିନ୍ନ କାର୍ଯ୍ୟକ୍ରମରେ ରଙ୍ଗିନ ହୋଇ ଉଠୁଥିଲା । ଏହାସହ ମିନାବଜାରରେ ମଧ୍ୟ ପ୍ରବଳ ଭିଡ ପରିଳକ୍ଷିତ ହୋଇଥିଲା । ଏହି ବିଶାଳ ପୂଜା ଆୟୋଜନରେ ପୂଜକ ବିମଳ କୁମାର ମହାପାତ୍ର ଓ ବିନୋଦ କୁମାର ମହାପାତ୍ର ପୂଜା ରିତି ସଂପନ୍ନ କରିଥିଲେ ।

ପୂଜାରେ କର୍ତା ଭାବେ ଶ୍ୟାମ ସୁନ୍ଦର ଶର୍ମା ସସ୍ତ୍ରୀକ ରହିଥିବାବେଳେ ପୂଜା କମିଟିର କାର୍ଯ୍ୟକର୍ତା ଓ ସଦସ୍ୟ ମାନେ ସହଯୋଗ କରିଥିଲେ । ମାଁ ମହାଲକ୍ଷ୍ମୀଙ୍କ ପୂଜା ସୂଚାରୁରୂପେ ସଂପର୍ଣ୍ଣ ହୋଇଥିବାରୁ ପୂଜା କମିଟି ସଭାପତି ଦୂର୍ଗାପ୍ରସାଦ ମହାନ୍ତି ଓ ଦିନେସ ଅଗ୍ରଓ୍ବାଲ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.