୬୨ତମ ପ୍ରତିଷ୍ଠା ଦିବସ ପାଳିଲେ ୪ର୍ଥ ବାଟାଲିୟନ ସିଆରପିଏଫ

ରାୟଗଡା,୩/୨/: ରାୟଗଡା ଜିଲ୍ଳା ସଦର ମହକୁମାର ଇନ୍ଦିରା ନଗରସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ(କେନ୍ଦ୍ରୀୟ ରିଜର୍ବ ପୋଲିସ ଫୋର୍ସ) ହେଡ୍ କ୍ୱାଟର୍ସ ଠାରେ ୬୨ତମ ପ୍ରତିଷ୍ଠା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ହେଡ କ୍ୱାଟର୍ସ ପରିସରରେ ୪ର୍ଥ ବାଟାଲିୟନ ସିଆରିପଏଫ କମାଣ୍ଡଡେଂଟ ୱାଇ.କେ.ରାଜପୁତଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିବା ବେଳେ କମାଣ୍ଡଡେଂଟ ୪ର୍ଥ ବାଟାଲିୟନର ବରିଷ୍ଠ ଅଧିକାରୀ (ସମ୍ବଲପୁର ଓ ରାୟଗଡା) ଡିଆଇଜିିପି ଏସ.ଡି.ପାଣ୍ଡେ ରିବନ କାଟି ଦିବସରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସହରର ପ୍ରେରଣା ବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ମୁକୁନ୍ଦପୁରର ଜଗତ ଡ୍ୟାନ୍ସ ଗ୍ରୁପ ସମେତ ସିଆରପିଏଫ ଅଧିନ ଦାୟିତ୍ୱରେ ଆସୁଥିବା ଗ୍ରାମାଂଚଳର ବିଦ୍ୟାଳୟଗୁଡିକର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତିଷ୍ଠା ଦିବସରେ ସମସ୍ତ ଯବାନଙ୍କୁ ଉତ୍ସାହିତ କରିବା ସହ ସାନ୍ଧ୍ୟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିବା ବେଳେ ଏଥିରେ ରାୟଗଡା ୪ର୍ଥ ବାଟାଲିୟନ ସିଆରିପଏଫ କମାଣ୍ଡଡେଂଟ ୱାଇ.କେ.ରାଜପୁତ ଅଂଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ମାଓ ପ୍ରବଣ ଅଂଚଳରେ ସୁରକ୍ଷା କର୍ମୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରାର ସୁସଂପର୍କ ଗଠନ କରିବା ଦିଗରେ ରକ୍ତଦାନ ଶିବିର, ବୃକ୍ଷ ରୋପଣ, କ୍ରୀଡା, ସାଂସ୍ଖୃତିକ ଓ ସଚେତନତା ଭଳି ବିଭିନ୍ନ ଜନସଂପର୍କ କାର୍ଯ୍ୟକ୍ରମ ଜିଲ୍ଳାରେ କରାଯାଉଥିବା ନେଇ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ସେହିପରି ସେକେଣ୍ଡ ଇନ୍ କମାଣ୍ଡ ସୁଶୀଲ କୁମାର ଠାକୁର, ଶ୍ରୀମତି ମିତୁ ରଏ, ଡେପୁଟି କମାଣ୍ଡଡେଂଟ ରାମ ନିବାସ ତ୍ୟାଗିଙ୍କ ସମତେ ଅନ୍ୟ ପଦାଧିକାରୀମାନେ ସାଧାରଣ ଜନତା ଓ ସିଆରପିଏଫ ମଧ୍ୟରେ ଥିବା ସୁସଂପର୍କ ବିଷୟରେ ଗଠନମୂଳକ ବକ୍ତବ୍ୟ ରଖିଥିଲେ । ସେହିପରି ସଂଧ୍ୟାରେ ଅନୁଷ୍ଠିତ ସାଂସ୍ଖୃତିିକ କାର୍ଯ୍ୟକ୍ରମରେ ୮ମ ବାଟାଲିୟନ ସିଆରପିଏଫର କମାଣ୍ଡଡେଂଟ ଏନ.କେ.ସିଂ,୬୮ ବାଟାଲିୟନ ବିଏସଏଫ କମାଣ୍ଡଡେଂଟ ଯୋଗିନ୍ଦ୍ର ଅଗ୍ରୱାଲ, ଜେକେ କାଗଜ କଳର କାର୍ଯ୍ୟ ନିର୍ବାହୀ ଉପସଭାପତି ପବନ କୁମାର ସୂରୀ, ରାୟଗଡା ପୈାର ପରିଷଦର ନିର୍ବାହୀ ଅଧିକାରୀ ମଙ୍ଗେଲାଲ ଜୈନ,ଆଂଚଳିକ ପରିବହନ ଅଧିକାରୀ ଦିଲ୍ଳୀପ କୁମାର ଦଳେଇ,ଏମଭିଆଇ ଶିବଶଙ୍କର ଚୈାଧୁରୀଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ଶିକ୍ଷାବିତମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ସିଆରପିଏଫ ତରଫରୁ ଏକ ବନ୍ଧୁମିଳନ ସହ ବଡାଖାନାର ଆୟୋଜନ କରାଯାଇଥିଲା ।

ସ୍ବତନ୍ତ୍ର ପ୍ରତିନିଧି ଶିବନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.