ମାଣ୍ଡିଆ ଦିବସ ପାଳନ ପାଇଁ ଗଡ଼ିଲା ସଚେତନତା ରଥ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ହିତକର ପୃଷ୍ଟି ଶସ୍ୟର ବହୁଳପ୍ରଚାର ଓ ବ୍ୟବହାର ପାଇଁ ରାଜ୍ୟ ସରକାର ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଗ୍ରହଣୀୟତା ବୃଦ୍ଧି କରିବା ସହ ଚାଷୀଙ୍କୁ ଉତ୍ସାହିତ କରିବା ନିମନ୍ତେ ଆସନ୍ତା ନଭେମ୍ବର ୧୦ ତାରିଖରେ ପ୍ରଥମ ଥର ପାଇଁ ରାଜ୍ୟରେ ପାଳନ ହେବ ‘ମାଣ୍ଡିଆ ଦିବସ’। ଏହି ପରିପ୍ରେକ୍ଷୀରେ ସୋମବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତ କାର୍ଯ୍ୟାଳୟରୁ ମାଣ୍ଡିଆର ମହତ୍ତ୍ୱ ପ୍ରତି ଜନସଚେତନତା ବୃଦ୍ଧି ନିମନ୍ତେ ଏକ ମାଣ୍ଡିଆ ସଚେତନତା ରଥ ଗଢିଛି। ଏହି ଜନସଚେତନତା ରଥକୁ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବଡପୋଡାଗୁଡା ସରପଞ୍ଚ ଜମୁନା ନାଏକ ପ୍ରମୁଖ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ କୋକସରା ବ୍ଲକରେ ବିଭିନ୍ନ ଗ୍ରାମକୁ ପରିଭ୍ରମଣ କରି ମାଣ୍ଡିଆ ଉପରେ ଜନ ସଚେତନତା ସୃଷ୍ଟି କରିବ । ଆଗାମୀ ୧୦ ତାରିଖରେ କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ଦିବସ ପାଳନ ହେବା ସହ ଜନ ସଚେତନତା ନିମନ୍ତେ ଏକ କାର୍ଯ୍ୟକ୍ରମ ହେବାର ସୂଚନା ମିଳିଛି । ଏହି ରଥରେ ବ୍ଳକ ପ୍ରୋଜେକ୍ଟ କୋଡିନେଟର ସୁରେନ୍ଦ୍ର ଜୁଏଡ, ଆସିଷ୍ଟାଣ୍ଟ ପ୍ରୋଜେକ୍ଟ କୋଡିନେଟର ଅଭିମନ୍ୟୁ ବାଗ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇ ରଥକୁ ପରିଚାଳନା କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.