ଦିବଂଗତ ପ୍ରଶାନ୍ତ ପଧାନଙ୍କ ପରିବାରକୁ କଳାହାଣ୍ଡି କୁଲତା ଯୁବ ସମାଜର ସହଯୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସେରଗଡ଼ ଗ୍ରାମର ପ୍ରଶାନ୍ତ ପଧାନ ଗତ ଜୁନ ୧‌ ରେ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ସେ ତାଙ୍କ ପରିବାରର ଏକମାତ୍ର ସାହାରା ଥିଲେ । ଦୁର୍ଘଟଣାରେ ତାଙ୍କ ବିୟୋଗ ଯୋଗୁଁ ପରିବାର ଉଜୁଡି ଯାଇଛି । ପରିବାରରେ ଆଉ କୌଣସୀ ରୋଜଗରିଆ ମହିଳା କିମ୍ବା ପୁରୁଷ ଲୋକ ନାହାନ୍ତି । ବିଧବା ମା ଓ ବିଧବା ସ୍ତ୍ରୀ ସହ ଏକ ଦେଢ଼ ବର୍ଷର ପୁଅ ଅଛନ୍ତି । ଏଭଳି ପରିସ୍ଥିତିକୁ ଅନୁଧ୍ୟାନ କରି କଳାହାଣ୍ଡି କୁଲତା ଯୁବ କମିଟି  ସହଯୋଗର ହାତ ବଢ଼େଇଛନ୍ତି । ଏହି ଗ୍ରାମରେ ସ୍ବର୍ଗତ ପଧାନଙ୍କ ଚାରିକର୍ମ ଦିନ କୁଳତା ସମାଜ ଓ ଯୁବ କମିଟି ତରଫରୁ ସମାଜ କଲ୍ୟାଣ ପାଣ୍ଠିରୁ ପାଞ୍ଚ ହଜାର ଟଙ୍କା ସହାୟତା ରାଶି ସ୍ବର୍ଗତ ପଧାନଙ୍କ ସ୍ତ୍ରୀଙ୍କୁ ତାଙ୍କ ସେରଗଡ଼ ସ୍ଥିତ ବାସଭବନକୁ ଯାଇ ପ୍ରଦାନ କରିଥିଲେ । ପୁନଃ ଏକଦଶାହ ତିଥିରେ ରବିବାର ଦିନ ଜିଲ୍ଲା କୁଳତା ଯୁବ କମିଟିର ସଭାପତି ପ୍ରଦୀପ କୁମାର ନଏକଙ୍କ ନେତୃତ୍ୱରେ ସେରଗଡ଼ ସ୍ଥିତ ସ୍ବର୍ଗତ ପଧାନଙ୍କ ବାସଭବନକୁ ଯାଇ ୧୦,୦୦୦ଟଙ୍କା ଆର୍ଥିକ ସହଯୋଗ କରି ଶୋକ ସଂତପ୍ତ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ଯୁବ କମିଟିର ଉପସଭାପତି ଜତୀନ୍ଦ୍ର କୁମାର ନାଏକ, ଲଳିତ ଭୋଇ, ସଂଗଠନ ସମ୍ପାଦକ ବୁବୁନ ବିଶ୍ଵାଳଙ୍କ ସହ ବିଭିନ୍ନ ଅଞ୍ଚଳରୁ ଆସିଥିବା ଆଞ୍ଚଳିକ ସଭାପତି ଯଶୋବନ୍ତ ପଧାନ, ପ୍ରକାଶ ଚନ୍ଦ୍ର ପଧାନ, ଆଞ୍ଚଳିକ ସମ୍ପାଦକ ଅରବିନ୍ଦ ପଧାନ, ଯୁବରାଜ ନାଏକ ତଥା କୁଲତା ସମାଜର ବରିଷ୍ଠ ସଦସ୍ୟ ନରହରି ଭୋଇ, ମେଘନାଦ ନାଏକ, ଗରେଖ ପଧାନ, କୃଷ୍ଣଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ସାହୁ, ସଞ୍ଜୟ ଭୋଇ, ମିଲନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.