ମହିଳା କ୍ଲବ ରାୟଗଡା ପକ୍ଷରୁ ପୁଲିହରା ଭୋଗ ବଣ୍ଟନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ମା ମଝିଘରିଆଣି ମନ୍ଦିର ପୀଠରେ ଆଜି ରାୟଗଡା ମହିଳା କ୍ଲବ ପକ୍ଷରୁ ପାଖାପାଖି ୬୦୦ ଜଣ ଶ୍ରଦ୍ଧାଳୁଙ୍କ ନିମନ୍ତେ ପୁଲିହରା ଭୋଗ ବଣ୍ଟନ କରାଯାଇଛି | ଶ୍ରାବଣ ମାସର ପବିତ୍ର ମଙ୍ଗଳବାରରେ ମହିଳା କ୍ଲବ ପକ୍ଷରୁ ଏହି ସେବା ପ୍ରଦାନ କରାଯାଇଛି | ମଙ୍ଗଳବାର ଦିନ ମା ମଝିଘରିଆଣି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି କ୍ଲବ ପକ୍ଷରୁ ପୁଲିହରା ଭୋଗ ବଣ୍ଟନ କରାଯାଇଥିଲା | କ୍ଲବର ସଭାପତି ଶ୍ରୀମତୀ ଟି. ରଶ୍ମିତାଙ୍କ ନେତୃତ୍ୱରେ ଅନୁଷ୍ଠିତ ଭୋଗ ବଣ୍ଟନ କାର୍ଯ୍ୟକ୍ରମରେ ସମ୍ପାଦିକା ଶ୍ରୀମତୀ କସ୍ତୁରୀ ସାହୁ, ବରିଷ୍ଠ ସଭ୍ୟା ଶ୍ରୀମତୀ ଶାନ୍ତି କୁମାରୀ ଦେବ, ଶ୍ରୀମତୀ ଅଳକା ଦାସ, ଶ୍ରୀମତି ଟି.ବାଣୀ, ଶ୍ରୀମତୀ ୱାଇ. ଶୈଳଜାଙ୍କ ସମେତ ଅନ୍ୟ ସଦସ୍ୟାମାନେ ଉପସ୍ଥିତ ରହି ଶ୍ରଦ୍ଧାଳୁଙ୍କୁ ଭୋଗ ବଣ୍ଟନରେ ସହଯୋଗ କରିଥିଲେ | ରାୟଗଡା ସହରରେ ମହିଳା କ୍ଲବ ତରଫରୁ ବିଭିନ୍ନ ସମୟରେ ଏଭଳି ସାମାଜିକ କାର୍ଯ୍ୟକ୍ରମଗୁଡିକ ଅନୁଷ୍ଠିତ କରାଯାଇ ଲୋକଙ୍କ ପାଇଁ ଉପକାର ତଥା ସଚେତନ କରାଯିବା ଭଳି ସେବା ଯୋଗାଇ ଦିଆଯାଉଛି ବୋଲି କ୍ଲବର ବରିଷ୍ଠ ସଭ୍ୟା ଟି. ବାଣୀ ପ୍ରକାଶ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.