ଅସହ୍ୟ ହେଉଛି ଜଳକଷ୍ଟ : ପାଣି ପାଇଁ ଜାତୀୟ ରାଜପଥ ଅବରୋଧ କଲେ ମହିଳା

କୋକସରା,୨୧/୫ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଲପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ଡୋଙ୍ଗରୀଗୁଡା ଗ୍ରାମର ଶତାଧିକ ମହିଲା ପାନୀୟ ଜଳ ପାଇଁ ହନ୍ତସନ୍ତ ହୋଇ ଆଜି (ମଙ୍ଗଳବାର) ଜାତୀୟ ରାଜପଥ ଅବରୋଧ କରିଥିଲେ । ବାରମ୍ବାର ପ୍ରଶାସନ ପାଖରେ ପାନୀୟ ଜଳ ସମସ୍ୟାକୁ ନେଇ ଜଣାଇ ଆସୁଥିଲେ ହେଁ କେହି କର୍ଣ୍ଣପାତ କରୁନଥିଲେ, ଯାହାଫଳରେ ଶତାଧିକା ମହିଲା ଆଜି ସକାଳ ୬ଟା ସମୟରୁ ୮ଟା ପର୍ଯ୍ୟନ୍ତ ରାସ୍ତା ଉପରେ ବାଲଟି, ଗରା ରଖି ଜାତୀୟ ରାଜପଥ ନଂ-୨୬ କୁ ଅବରୋଧ କରିଥିଲେ ।

ଫଳରେ ଭବାନୀପାଟଣା- ନବରଙ୍ଗପୁର ଜାନବାହାନ ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଖବର ପାଇ ଘଟଣା ସ୍ଥଲରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ସେଠୀ, କୋକସରା ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଓ ମୋଟେର ଫାଣ୍ଡି ଅଧିକାରୀ ଶେଖର ଜେନା ପହଂଚି ଉତ୍ୟକ୍ତ ଲୋକଙ୍କୁ ବଝାସୁଝା କରିଥିଲେ ।

ପରେ ବିଡିଓ ଶ୍ରୀ ସେଠୀ ଖୁବ୍ ସିଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଲାପରେ ରାସ୍ତା ଅବରୋଧ ହଟିଥିଲା । ସୂଚନା ଅନୂସାରେ, ଗାଁରେ ୩ ହଜାର ପାଖାପାଖି ଜନସଂଖ୍ୟା ଥିବା ବେଳେ ସେମାନଙ୍କ ପାଇଁ ୭ ଗୋଟି ନଳକୂପ ରହିଛି ଓ ଡିପ୍ ବୋରୱଲ ଯୋଗେ ପାଇପ ପାଣି ଯୋଗାଇ ଦିଆଯାଉଅଛି । ହେଲେ ଡିପବୋରୱଲ ଦିର୍ଘ ୧୫ ଦିନହେବ କୌଣସି କାରଣରୁ ଅଚଳ ହୋଇଥିବା ବେଳେ ଖରାଦିନ ଥିବାରୁ ନଳକୂପରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ପାଣି ବାହାରୁ ନଥିବା ପ୍ରଶାସନ ପାଖରେ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ କରିନଥିବା ଅଭିଯୋଗ କରି ଭାଦ୍ରବି ପାତ୍ର, ଲଲିତା ପାତ୍ର, ଓଜନା ପରାଭୋଏ, ଲୋଚନି ଭୋଇ, ବୈଦେହୀ ଭୋଇ, ଯାଜ୍ଞସେନୀ ନାଏକ, ଗୌରୀ ପାତ୍ର, ରାଧା କୈବର୍ତ୍ତ, ବିନତା ଦାସ, ରମଣି ବାଗ ସମେତ ଶତାଧିକ ମହିଲା ରାଜ ରାସ୍ତାକୁ ଓହ୍ଲାଇଥିଲେ ।

 

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

 

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.