ମେଟ୍ରିକ୍ ରେଜଲ୍ଟ ପ୍ରକାଶିତ, ୭୦.୭୮% ପାସ୍

କଟକ,୨୧/୫: ଏବର୍ଷର ମେଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇଛି। ୭୦.୭୮% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍‌ ହାର କମିଥିବା ଜଣାପଡିଛି। ଏହା ଗତବର୍ଷ ତୁଳନାରେ ପ୍ରାୟ ୫.୯% କମିଛି । କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଫଳାଫଳ ପୁସ୍ତିକା ପ୍ରକାଶ ଉନ୍ମୋଚନ କରି ଏହି ସୂଚନା ଦେଇଛନ୍ତି।

ପରୀକ୍ଷା ଦେଇଥିବା ମୋଟ୍‌ ୫ଲକ୍ଷ ୬୧ ହଜାର ୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୯୭ହଜାର ୧୨୫ ଜଣ ଛାତ୍ରୀଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଏଥର ମଧ୍ୟ ପୁଅଙ୍କ ତୁଳନାରେ ଝିଅମାନେ ବାଜିମାତ କରି ନେଇଛନ୍ତି। ମୋଟ ୨ ଲକ୍ଷ ୫ ହଜାର ୪୭୦ ଜଣ ଛାତ୍ରୀ ଦଶମ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ମୋଟ ୧ ଲକ୍ଷ ୯୧ ହଜାର ୬୫୫ ଜଣ ଛାତ୍ର ପାସ୍‌ କରିଛନ୍ତି। ୧ ଲକ୍ଷ ୬୩ ହଜାର ୯୫୪ ଜଣ ଫେଲ୍‌ ହୋଇଛନ୍ତି।

ଗ୍ରେଡ୍‌ ଏ୧ରେ ୧୧୮୧ ଜଣ ଛାତ୍ରଛାତ୍ରୀ ଥିବାବେଳେ ୯୯୩୮ ଜଣ ଏ୨ ଗ୍ରେଡ୍‌ ପାଇଛନ୍ତି। ଏହା ସହିତ ବି୧ ଗ୍ରେଡ଼୍‌ ୨୪,୯୯୧ ଜଣ ପାଇଥିବାବେଳେ ୪୬,୩୧୯ ଜଣ ବି୨ ଗ୍ରେଡ୍‌ ପାଇଛନ୍ତି। ୮୨ ବିଦ୍ୟାଳୟରେ ଫଳାଫଳ ଶୂନ୍ୟ ରହିଛି ଲ। ୨୮୯ଟି ବିଦ୍ୟାଳୟରେ ଶତ ପ୍ରତିଶତ ଫଳାଫଳ ହୋଇଛି।

ସେହିପରି ମଧ୍ୟମା ପରୀକ୍ଷାରେ ୩,୫୬୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩,୦୧୫ ଜଣ କୃତକାର୍ଯ୍ୟ ହୋଇଛନ୍ତି। ମୋଟ୍‌ ୮୪.୬ ପ୍ରତିଶତ ପାସ ହାର ହୋଇଥିବାବେଳେ ଏ୧ ଓ ଏ୨ ଗ୍ରେଡ୍‌ କେହି ପାଇ ନାହାନ୍ତି। ଗ୍ରେଡ୍‌ ବି୧ରେ ୧୭୪ ଜଣ ଓ ବି୨ ଗ୍ରେଡ୍‌ରେ ୮୮୩ ଜଣ ଅଛନ୍ତି।

ଓପନ୍‌ ସ୍କୁଲ୍‌ ପରୀକ୍ଷାରେ ୧୧,୨୧୯ ଜଣଙ୍କ ମଧ୍ୟରୁ ୬,୫୬୭ ଜଣ ପାସ୍‌ କରିଛନ୍ତି। ୨୯ ଜଣ ବି୧ ଓ ୨୯୭ ଜଣ ବି୨ ଗ୍ରେଡ୍‌ ପାଇଛନ୍ତି। କୋରାପୁଟରେ ସର୍ବନିମ୍ନ ମେଟ୍ରିକ୍ ପାସ୍ ହାର ୫୦.୬୧% ଓ ଝାରସୁଗୁଡ଼ାରେ ସର୍ବାଧିକ ପାସ୍ ହାର ୮୫.୪୮% ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.