ବ୍ରେକିଂ : ବଜ୍ରପାତରେ ଯୁବକ ମୃତ, ଅନ୍ୟଜଣେ ଗୁରୁତର

କଳାହାଣ୍ଡି,୨୧/୫ : ଆଜି ଜିଲ୍ଲା ସାରା କାଳବୈଶାଖୀ ଅଳ୍ପେ ବହୁତ ତା’ର ତାଣ୍ଡବ ରଚିଥିବା ବେଳେ ଥୁଆମୁଲ ରାମପୁର ଅଞ୍ଚଳରେ ଜଣେ ବଜ୍ରାପାତରେ ଜଣେ ଯୁବକର ମୃତ୍ୟୁ ଘଟିଛି । ଏହାସହ ଅନ୍ୟଜଣେ ଯୁବକ ଗୁରୁତର ଆହାତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପ୍ରାପ୍ର ସୂଚନାରୁ ପ୍ରକାଶଯେ, ଥୁଆମୁଲ ରାମପୁର ବ୍ଲକ ତଲନାଗି ପଞ୍ଚାୟତ ଅନ୍ତର୍ଗତ ବାଗବେଡା ଗାଁର ଦୁଇ ଯୁବକ ମନ୍ଦର ମାଝୀ (୨୬) ଓ ସୋମନାଥ ମାଝୀ (୨୫) ଜାଳେଣି କାଠ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ସେଠାରେ ଆକସ୍ମିକ ବଜ୍ରାପାତ ହୋଇଥିଲା । ଏହାପରେ ପରିବାର ବର୍ଗ ଦୁଇଜଣଙ୍କୁ ତେନ୍ତୁଲିଖୁଣ୍ଟି ଡାକ୍ତରଖାନାକୁ ନେଇ ଯାଇଥିଲେ । ଡାକ୍ତର ସେଠାରେ ମନ୍ଦର ମାଝୀଙ୍କୁ ମୃତ ଘୋଷଣା  କରିଥିଲେ । ଥୁଆମୁଲ ରାମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରିବାପରେ ମୃତକଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ଅପର ପକ୍ଷରେ ସୋମନାଥ ମାଝୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତେନ୍ତୁଲିଖିଣ୍ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ନବରଙ୍ଗପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପୁଣି ତାଙ୍କର ଅବସ୍ଥା ସାଂଘାତିକ ଦିଗକୁ ଗତି କରୁଥିବାରୁ କିଛି ସମୟ ପୂର୍ବରୁ କୋରାପୁଟ ମେଡିକାଲ କଲେଜକୁ ନିଆସାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ( ରାତ୍ର ୯.୧୦ ) ସୋମନାଥଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଥିବା ଜଣାପଡିଛି ।

Omkar Vasthu
Omkar Vasthu

 

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.