ନର୍ଲାରେ ତାଣ୍ଡବ ରଚିଲା କାଳବୈଶାଖୀ

ଭାଙ୍ଗିଲା ଘର, ବିଦ୍ୟୁତ ଖୁଣ୍ଟ ଓ ଗଛ, କୁଆପଥର ମାଡରେ ଉଜୁଡିଗଲା ଶସ୍ୟ କ୍ଷେତ୍ର, ଝଡ ଝଡାଇଲା କ୍ବୁଣ୍ଟାଲ କ୍ବୁଣ୍ଟାଲ ଆମ୍ବ

କଳାହାଣ୍ଡି,୨୧/୫ : ଆଜି ହଟାତ କାଳବୈଶାଖୀ ଆସି ନର୍ଲାର ଚିତ୍ର ବିଗାଡି ଦେଇଛି । ଏହାର ପ୍ରଭାବରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ବେଳେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି । କାଳବୈଶାଖୀର କରାଳ ରୂପ ନର୍ଲାକୁ ଶ୍ରୀହିନ କରିଦେଇଛି । ରାସ୍ତା ଉପରେ ଗଛ ପଡିବା ଫଳରେ ଆଜି ସଂଦ୍ଧ୍ୟାରେ ଶିଶୁ ମନ୍ଦିର ଛକ, ନବୋଦୟ ଛକ ଓ ବ୍ଲକ ଛକ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା ।

ବୁଢାରଜା ମନ୍ଦିର ପାଖରେ ଗଛ ପଡିଥିବା ବେଳେ, ଶିବ ମନ୍ଦିର ପାଖରେ ଖଜୁରୀଗଛ ଜଣକ ଘର ଉପରେ ପଡିଛି । ଡାକ୍ତରଖାନାର ବଡ ବଡ ଗଛ ସବୁ ଭୂପତିତ ହୋଇଥିବାବେଳେ ଶିଶୁ ମନ୍ଦିର ଛକରେ ରାସ୍ତା ଉପରେ ଗଛ ପଡି ରହିଥିଲା । ନର୍ଲା ଦମକଳ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ରାସ୍ତା ସଫା ହୋଇଥିଲା ।

ସେହିପରି ଭାବରେ ସର୍ଗିଗୁଡା, ଉଲିସିର୍କା, ବାଙ୍କେଲ, ତୁଲାଗାଁ, ଭଟାଙ୍ଗ, ମାଣ୍ଡେଲ, ପୁଜିପଦର, ଅସୁରଗଡ, ଦେହେଲି, ପିପୋଲପଡା, ରେଖପୁର, କାର୍ଣ୍ଣିଖୁଣ୍ଟି, ଯୁର୍କାଭଟା, ଗୋରକୁଲ ଆଦି ଗ୍ରାମ ସବୁ କ୍ଷତିଗ୍ରସ୍ଥ ହୋଇଥିବା ଜଣା ପଡିଛି । କାଳବୈଶାଖୀର ତେଜ ଏପରି ଥିଲାକି ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡିପଡିବା ସହ କେତେକ ସ୍ଥାନରେ ଭାଙ୍ଗିଯାଇଛି ।

ବିତ୍ୟୁତ ତାର ଛିଣ୍ଡିବା ସହ ରାସ୍ତା ଉପରେ ଗୁଡେଇ ତୁଡେଇ ହୋଇ ପଡିଥିବା ଦେଖା ଯାଇଥିଲା ।
ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବାବେଳେ ଅନେକ ଘରୁ ଛପର ଉଡିଯାଇଛି । ପ୍ରବଳ କୁଆପଥର ବର୍ଷାରେ ଡାଳୁଆ ଧାନ ସବୁ ନଷ୍ଟ ହୋଇ ଯାଇଥିବା ଖବର ମିଳିଛି । ପବନର ବେଗ ପ୍ରଖର ଥିବାରୁ କ୍ବୁଣ୍ଟାଲ କ୍ବୁଣ୍ଟାଲ ଆମ୍ବ ନଷ୍ଟ ହୋଇଛି ।

 

ଦେଖନ୍ତୁ କାଳବୈଶାଖୀର ଭୟଙ୍କର ଚିତ୍ର

ଉଡେଇନେଲା ଛାତ

ଭୂପତିତ ହେଲେ ବିରାଟକାୟ ଦୃମ

ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ଦମକଲ ବାହିନୀଙ୍କ ଦ୍ବାରା ଚାଲିଛି ରାସ୍ତା ସଫେଇ

ଉଡେଇ ନେଲା ଆଜବେଷ୍ଟ ସିଟ୍

 

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗୌଡଙ୍କ ରିପୋର୍ଟ odiabarta.in

 

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.