ଧର୍ମଗଡ,୨୭ /୧୧:
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ କାଶିବାହାଲ ଗୁରୁଜୀ ମଧୁସୂଦନ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସହ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ , ମୂଖ୍ୟ ବକ୍ତା ପ୍ରତାପ କିଶୋର ମୁଣ୍ଡ , ସଭାପତି ଡମ୍ବରୁଧର ଲହଜଲ , ସମ୍ମାନିତ ଅତିଥି ଲଳିତ ମୋହନ ଯୋଶି , ବୃଷୃକେତୁ ଜାଲ , କିଶୋର ଚନ୍ଦ୍ର ଖମାରି , ରାଜକୁମାର ଜାଲ , ଅଶୋକ ପଟ୍ଟଯୋଶି ,ଥବିର ସାହୁ , ନବକିଶୋର ସାହୁ , ଅରୁପା ନନ୍ଦ ଭୋଇ , ପ୍ରଧାନ ଶିକ୍ଷକ ସୁବାସ ନାଏକ ପ୍ରମୂଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଦେଖିବାକୁ ଅଭିଭାବକ ଓ ଜନସାଧାରଣଙ୍କ ସମାଗମ ହୋଇଥିଲା ।
ଧର୍ମଗଡରୁ ଲବଣୀ ରାଉତଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।