ଜିଲ୍ଲାସ୍ତରୀୟ ପୌଷ୍ୟସନ୍ତାନ ଗ୍ରହଣ ସଚେତନେତା ମାସ ୨୦୨୩ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ଵାରା ଆୟୋଜିତ ଜିଲ୍ଲାସ୍ତରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ୨୦୨୩ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇ ଯାଇଅଛି l ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଦିବସ ପରିପ୍ରେକ୍ଷୀରେ ଆୟୋଜିତ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ରଥ ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ଓ ଏହାର ବିଭିନ୍ନ ପ୍ରକ୍ରିୟା ସମ୍ବନ୍ଧରେ ସଚେତନା ସୃଷ୍ଟି କରିବା ପାଇଁ ବିଭିନ୍ନ ବ୍ଲକ ତଥା ବସଷ୍ଟାଣ୍ଡ ଓ ଜିଲ୍ଲାର ଜନଗହଳି ସ୍ଥାନ ମାନଙ୍କରେ ପହଞ୍ଚିବ l ଉକ୍ତ ସଭାରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପୌଷ୍ୟ ସନ୍ତାନ ଗ୍ରହଣ ସମ୍ୱନ୍ଧୀୟ ବିଭିନ୍ନ ବିଭାଗ ମଧ୍ୟରେ ଏବଂ ଆଇନର ଉପଯୁକ୍ତ ପାଳନ ଓ ତତ୍ ସମ୍ବନ୍ଧୀୟ ବ୍ୟବସ୍ଥା କୁ ସୁଦୃଢ କରିବା ନିମନ୍ତେ ବକ୍ତବ୍ୟ ପ୍ରଦାନ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ବରିଷ୍ଠ ଶିଶୁ ମାନଙ୍କୁ ପୌଷ୍ୟସନ୍ତାନ ଗ୍ରହଣ କରିବା ପାଇଁ ଜନ ସାଧାରଣଙ୍କ ମଧ୍ୟରେ ସୃଷ୍ଟି ହେବା ଆବଶ୍ୟକ ବୋଲି କହିଥିଲେ l କାର୍ଯ୍ୟକ୍ରମରେ ସୁଭଦ୍ରା ମହତାବ ସେବା ସଦନ ଏବଂ ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ତପନ କୁମାର ପାତ୍ର ସାଧନ କର୍ମୀ ଭାବରେ ଯୋଗଦାନ କରି ଏଡପ୍ସନ ରେଗୁଲେସନ ୨୦୨୨ ଓ ଏହା ସମ୍ବନ୍ଧୀୟ ଆଇନଗତ ତଥ୍ୟ ସମ୍ବନ୍ଧରେ ଉପସ୍ଥାପନ କରିଥିଲେ l ଜିଲ୍ଲl ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ସଭା ପରିଚାଳନା କରିବା ସହ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥାପନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା, କାର୍ଯ୍ୟକ୍ରମ ଅଧିକାରୀ ଅନିତା ଗୁରୁ, ବାଲ୍ୟ ବିବାହ ପରାମର୍ଶଦାତା ଅକ୍ଷୟ କୁମାର ସିଂ, ସଭ୍ୟ ହେମନ୍ତ କୁମାର ସା ଆନୁଷ୍ଠାନିକ ଶିଶୁ ସୁରକ୍ଷା ଅଧିକାରୀ ବିଜୟ କୁମାର ବିଶ୍ବାଳ ଅଦି ଉପସ୍ଥିତ ରହି ନିଜ ନିଜର ବ୍ୟକ୍ତବ୍ୟ ସ୍ଥାପନ କରି ଥିଲେ l ଏହି ଅବସରରେ ପରିତ୍ୟକ୍ତ ଶିଶୁ ମାନଙ୍କର ସୁରକ୍ଷା ଓ ସେବା କରିବାରେ ବିଶେଷ ଅବଦାନ ଥିବା ଜିଲ୍ଲାର ୬ ଜଣଙ୍କୁ ସମ୍ବର୍ଦ୍ଧିତ କରା ଯାଇ ଥିଲା l ସେମାନେ ହେଲେ ମାତୃ ଓ ଶିଶୁ ଚିକିତ୍ସାଳୟ ସୋନପୁର ଡାକ୍ତର ଦିଲୀପ କୁମାର ପୁରୋହିତ, ସ୍ବାସ୍ଥ୍ୟ କର୍ମି ରେଣୁକା ବାଗ, ଅଙ୍ଗନୱାଡି କର୍ମୀ ନିରୁପମା ଖେତି , ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ର ସ୍ବାସ୍ଥ୍ୟ କର୍ମୀ ରେବତୀ ଜଗଦଲା, ଆଶା କର୍ମୀ ନନ୍ଦିନୀ ଦନ୍ତା ଓ ଆଇନ୍ ଅଧିକାରୀ କେଶବ ଚନ୍ଦ୍ର ମେହେର ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା l ଏହି କାର୍ଯ୍ୟକ୍ରମରେ ସିଡିପିଓ,ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏଏନ୍ଏମଟିସି ଅଧ୍ୟକ୍ଷ ଓ ଛାତ୍ର ଛାତ୍ରୀ, ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମଚାରୀ ଆଦି ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ଶେଷରେ ଆଇନ୍ ଅଧିକାରୀ କେଶବ ଚନ୍ଦ୍ର ମେହେର ଧନ୍ୟବାଦ୍ ଦେଇଥିଲେ l ଥବିର କାଲ୍ସେ, ରୁଦ୍ର ପ୍ରସନ୍ନ ମିଶ୍ର, ପ୍ରଶାନ୍ତ ମହାକୁଡ, ସ୍ବାଗତରାଜ ମିଶ୍ର,ସରିତା ସୁନା ଓ ଅନିଲ ମହଲା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.