ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସି ଅଞ୍ଚଳ ନିକଟସ୍ଥ ରାଜଦୀପ ଢ଼ାବା ନିଟରେ କଳା ପଲସରରେ ଚାରିଜଣ ଯୁବକ ରାତ୍ର ୮ ଘଣ୍ଟା ସମୟରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଜଣକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କୁ ପୁରୁଷୋତ୍ତମପୁର ମେଡିକାଲର ୧୦୮ ଗାଡି ସାହାଯ୍ୟରେ ପୁରୁଷୋତ୍ତମପୁର ମେଡିକାଲ ଭର୍ତି କରାଯାଇ ଚିକିତ୍ସା ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଶବ ସହିତ ପଲସରକୁ ଜବତ କରିଛି। ସମସ୍ତଙ୍କ ଘର ପୁରୁଷୋତ୍ତମପୁର ଏନଏସି ଅଞ୍ଚଳ କାଲୁଆ ପଦର ବାଉରୀ ସାହିର ବୋଲି ଜଣାପଡିଚି। ଗୁରୁତ୍ୱର ରବି ଦାସ, ଜୀବନ ଦାସ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ରେଫର କରାଯାଇଛି। ମୃତ ଶିବୁ ଦାସ ବୟଷ ୨୦, ଗୁରୁତ୍ୱର ରବି ଦାସ ବୟଷ ୨୫ ଓ ଜୀବନ ଦାସଙ୍କ ବୟସ ୧୮ ବୋଲି ଜଣାପଡିଛି। ପୋଲିସ ତଦନ୍ତ ପରେ ପ୍ରକୃତ ଦୁର୍ଘଟଣାର କାରଣ ଜଣା ପଡିବ।