ଉତ୍ତମ ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ପାଇଁ ଯୋଗ ଏକାନ୍ତ ଆବଶ୍ୟକ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରୀନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଦେବରାଜ ସତନମି, ରିଙ୍କୁ ଖମାରୀ, ରିତେଶ ରଣା ପ୍ରମୂଖ ଯୋଗ ଦେଇ ଶରୀରର ସୁସ୍ଥତା ଓ ମନର ଶାନ୍ତି ପାଇଁ ଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ। ଯୋଗ ଛାତ୍ର ସମାଜ ପାଇଁ ଆତ୍ମ ସଂଯମୀ ହେବା ସହିତ ସ୍ମରଣ ଶକ୍ତି ବଢ଼ାଇବାରେ ଯଥେଷ୍ଟ ସହାୟକ ହୋଇଥାଏ। ଯୋଗ ଗୁରୁ ଲିଙ୍ଗରାଜ ପାଣିଗ୍ରାହୀ ଯୋଗ ଶିକ୍ଷା ପ୍ରଦାନ କରିବା ସହିତ ଯୋଗର ଉପକାରିତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଧ୍ୟପକ ଶାନ୍ତନୁ ବାଗ କାର୍ଯ୍ୟକ୍ରମ କରିଚାଲନା କରିଥିବା ବେଳେ ଅଧ୍ୟାପିକା ସରିତା ଭରତିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଯୋଗ ଦିବସ ଅବସରରେ ଯୋଗ ସମ୍ବନ୍ଧୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଦେବେନ୍ଦ୍ର ରଣା, ବସନ୍ତ ରଣା,ଭାସ୍କର ଗୋପାଳ ପ୍ରମୁଖ ସହଯୋଗ କରିଥିବା ବେଳେ ଦ୍ବାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।