ତୃତୀୟ ଲିପୁ ମେମୋରିଆଲ ଭେଟେରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ, ବୁର୍ଲା ଏମସିଏଲ ବିଜୟୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁରେଶ୍ଵରୀ ଫୁଟବଲ୍ ଏକାଡେମୀ ଦ୍ଵାରା ସୋନପୁର କଲେଜ ପଡିଆରେ ଆୟୋଜିତ ଏକଦିବସୀୟ ଅଲ୍ ଓଡ଼ିଶା ତୃତୀୟ ଭେଟେରାନ୍ ଫୁଟବଲ୍ ଟୂର୍ଣାମେଣ୍ଟ ରେ ଏମସିଏଲ୍ ବୁର୍ଲା ବିଜୟୀ ହୋଇଥିବା ବେଳେ ରନର୍ସଅପ୍ ଭାବରେ ସମ୍ବଲପୁର ଦଳ ରହିଛନ୍ତି।

ଏକଦିବସୀୟ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ସୋନପୁର ର ଏସ୍ଏନ୍ଏଫ୍ଏ ଓ ପିଏଫସି ପାଟଣାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପରବର୍ତ୍ତୀ ମ୍ୟାଚ୍ ବୁର୍ଲା ଏମସିଏଫ୍ ଓ ବଲାଙ୍ଗୀର, ବରଗଡ଼ ସମ୍ବଲପୁର, ରେଢ଼ାଖୋଲ ଓ ଆୟୋଜକ ସୁରେଶ୍ଵରୀ ଫୁଟବଲ୍ ଏକାଡେମୀ ସୋନପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତେବେ ଫାଇନାଲ ମ୍ୟାଚ ସମ୍ବଲପୁର ଓ ଏମସିଏଲ ବୁର୍ଲା ମଧ୍ୟରେ ହୋଇଥିବା ବେଳେ ଖେଳ ଅମିମାଂସିତ ରହି ପରେ ପେନାଲଟି ସୁଟ୍ ମାଧ୍ୟମରେ ବୁର୍ଲା ଏମସିଏଲ ଦଳ ବିଜୟୀ ହୋଇଥିଲା।

ଉଦଯାପନୀ ଉତ୍ସବ ରେ ସୁରେଶ୍ଵରୀ ଫୁଟବଲ୍ ଏକାଡେମୀ ର ସଭାପତି ନିଶାନ୍ତ ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିଭାବେ ଯୁବନେତା ତଥା କଳା ପଥର ଏମପିଏସ୍ ଅରବିନ୍ଦ ବାରିକ ଓ ଅନ୍ୟତମ ଅତିଥି ଭାବରେ ପୋଲିସ୍ ଆରଆଇ କାହ୍ନୁ ଚରଣ ମାରାଣ୍ଡି, ବିବେକାନନ୍ଦ ମହାନ୍ତି, ଶ୍ରୀବତ୍ସ ମଲ୍ଲିକ, ଦିଲ୍ଲୀପ ପାତ୍ର, କୁମୁଦ ମେହେର, ଗଣେଶ ମେହେର ପ୍ରମୁଖ ଯୋଗଦେଇ ବିଜୟୀ ଦଳଙ୍କୁ ଉତ୍ସାହିତ କରିଥିଲେ। ବେଷ୍ଟ ଗୋଲ କିପର ଓ ବେଷ୍ଟ ଡିଫେଣ୍ଡର ଓ ହିରୋ ଅଫ୍ ଦି ମ୍ୟାଚର ପୁରସ୍କାର ବୁର୍ଲା ଦଳକୁ ପ୍ରଦାନ କରାଯାଇଥିବାବେଳେ ବେଷ୍ଟ ମିଡ ବିଲଡର ଭାବରେ ସମ୍ବଲପୁର ଖେଳାଳିଙ୍କୁ ପ୍ରଦାନ କରିଥିଲେ।

ଏହି ସମସ୍ତ ମ୍ୟାଚକୁ ରେଫରୀ ଭାବରେ ସୁଦାମ ଜଗଦଲା, ଦୁର୍ଗାପ୍ରସାଦ ମାଝୀ, ସିଦ୍ଧାର୍ଥ ପାତ୍ର, ଜଗତ ଜଗଦଲା ପରିଚାଳନା କରିଥିବା ବେଳେ ଅଭିମନ୍ୟୁ ବଗର୍ତ୍ତି ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ। ପ୍ରିୟବ୍ରତ ସାହୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ହରିହର ପଟ୍ଟନାୟକ, ଶରତ ମହାପାତ୍ର, ସଞ୍ଜୟ ସାହୁ, ସୁବ୍ରତ ସେଠୀ, ଜ୍ୟୋତିର୍ମୟ ମିଶ୍ର, ସୁରଟି ଦୀପ, ଦେବାଶିଷ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.