ଚାନ୍ଦିଲି ପାହାଡ଼କୁ ଇକୋଟୁରିଜିମ କରିବାକୁ ଦାବି

ଓଡ଼ିଆ ବାର୍ତ୍ତା/ ଦେଓଗାଁ (ଚୈତନ୍ୟ କାଳସାଏ): ଦେଷଣ୍ଡ ସ୍ଥିତ ଚାନ୍ଦିନୀପାହାଡ଼କୁ ନିକଟ ରେ ରାଜ୍ୟସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରିଛନ୍ତି। ଏନେଇ ଆଜି ଚାନ୍ଦିଲି ପାହାଡ଼ ମହୋତ୍ସବ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେରଙ୍କ ଦ୍ୱାରା ଅଯୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁଶୀଲ କୁମାର ଚାନ୍ଦ, ସରପଞ୍ଚ ସଙ୍ଘ ସଭାପତି ଗୋପାଳକୃଷ୍ଣ ମିଶ୍ର, କବି ରସରାଜ ଅଚୁତ ପୁରୋହିତ, ପୂର୍ବତନ ସରପଞ୍ଚ ସ୍ୱାୟମ୍ବର ମେହେର ପ୍ରମୁଖ ମଞ୍ଚାସିନ ଥିଲେ। ଏଥିରେ ସରକାର ଚାନ୍ଦିନୀପାହାଡ଼କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିବାରୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ଓ ସ୍ଥାନୀୟ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ବର୍ତ୍ତମାନ ରାଜ୍ୟସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାପରେ ଚାନ୍ଦିଲି ପାହାଡ଼ ଓ ମେହେର କଟା କୁ ଅନୁଦାନ ଯୋଗାଇଦେବାକୁ ଶ୍ରୀ ମେହେର ଦାବି ଜଣାଇ ଥିଲେ। ଉକ୍ତ ପାହାଡ଼ରେ ଅନେକ ଗୁଡ଼ାଏ ଗୁମ୍ଫା, ସୀତାକୁଣ୍ଡ, ସତ୍ୟବଟବୃକ୍ଷ ଏବଂ ପାହାଡ଼ ଉପରେ ଅନେକ ଶିଳାଲିପି ବିଦ୍ୟମାନ ଥିବାରୁ ଏହାକୁ ସରକାର ଇକୋଟୁରିଜିମ କରିବାକୁ ଦାବି ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.