ଫକୀରମୋହନ ବିଶ୍ବବିଦ୍ୟାଳୟରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ୧୫ ଦିନିଆ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି):
ଫକୀରମୋହନ ବିଶ୍ବବିଦ୍ୟାଳୟ ଅଧିନସ୍ଥ ମହାବିଦ୍ୟାଳୟରେ ଅଧ୍ୟୟନରତ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ
ଉଚ୍ଚଶିକ୍ଷା ନିମନ୍ତେ ଅଧିକ ପ୍ରଶିକ୍ଷଣ ଓ ଏକ ସହଯୋଗାତ୍ମକ ଆଭିମୁଖ୍ଯ ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟର ଉତ୍କର୍ଷର କେନ୍ଦ୍ର ତଥା ବାୟୋ-ଉତ୍ସ ପରିଚାଳନା ଏବଂ ଶକ୍ତି ସଂରକ୍ଷଣ ସାମଗ୍ରୀ ବିକାଶ ପାଇଁ ଉତ୍କର୍ଷର କେନ୍ଦ୍ର ପକ୍ଷରୁ ପ୍ରଶିକ୍ଷଣ ଶିବିର ଆରମ୍ଭ କରାଯାଇଛି।

ଚଳିତ ମାସ ୧୭ ତାରିଖ ଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦଘାଟନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ବାରା କରାଯାଇଛି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଗଗନବିହାରୀ ନିତ୍ୟାନନ୍ଦ ଚଇନୀ ଓ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନଜର ମୂଲ୍ୟବାନ ବକ୍ତବ୍ଯ ଦେଇ ଉତ୍ସାହଜନକ ଉଦବୋଧନ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମ ଆୟୋଜନର ପ୍ରମୁଖ ଉଦ୍ଦେଶ୍ଯ ନେଇ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।

କୁଳପତି ପ୍ରଫେସର ତ୍ରିପାଠୀ ବିଶ୍ୱବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ରର ସମସ୍ତ ସଦସ୍ୟଙ୍କୁ ଏହିଧରଣର କାର୍ଯ୍ୟକ୍ରମର ଆୟୋଜନ କରାଯିବାନେଇ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ଉନ୍ମୁକ୍ତ ବ୍ୟବସ୍ଥା ମଧ୍ଯରେ ଜ୍ଞାନ ଆହରଣର ଏକ ସୁଯୋଗ ଓ ଏହାର ସଦୁପୋଯୋଗ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ।

ଏହି ୧୫ ଦିନିଆ ଶିବିରରେ ବିଜ୍ଞାନଜଗତର ବିଭିନ୍ନ ପ୍ରକ୍ରିୟା, ବ୍ୟବହୃତ ଉପକରଣ ସହ ପରିଚୟ, ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କ ସହ ଜ୍ଞାନ ବିନିମୟ, ଶିକ୍ଷକ ମାନଙ୍କ ଠାରୁ ଜ୍ଞାନ ଆହରଣ, ବିଷୟଗୁଡ଼ିକ ପ୍ରତି ଆଗ୍ରହ ପ୍ରଦର୍ଶନ, ବୈଜ୍ଞାନିକ ତଥା ବିଶେଷଜ୍ଞ ମାନଙ୍କ ସହ ଆଲୋଚନା ଇତ୍ୟାଦି ଅନେକ ସୁଯୋଗ ଛାତ୍ରଛାତ୍ରୀମାନେ ଲାଭ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛଅଟି ମହାବିଦ୍ୟାଳୟର
ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ବିଭାଗରେ ଅଧ୍ୟୟନରତ ସ୍ନାତକ ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜର ପରିଚୟ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମର ସଂଯୋଜକ ତଥା ବିଶ୍ଵବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ନୋଡାଲ ଅଫିସର ପ୍ରଫେସର ପ୍ରକାଶ ଚନ୍ଦ୍ର ମିଶ୍ର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ସମସ୍ତ ସୂଚନା ପ୍ରଦାନ କରିଥିଲେ। ଡ଼କ୍ଟର ପୁନମ କୁମାରୀ ଉଦଘାଟନୀ ବୈଠକକୁ ସଂଚାଳନା କରିଥିବା ବେଳେ ଡ଼କ୍ଟର ରାଜୀବ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.