ଆବାସ ଗୃହ ସର୍ଭେ ପାଇଁ ବାଧକ ସାଜୁଛି ନେଟୱର୍କ: ଅନଲାଇନ ସର୍ଭେ ପାଇଁ ପାହାଡ଼ ଉପରେ ପ୍ରବଳ ଭିଡ଼

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରଙ୍କ ନିର୍ଦେଶ ରହିଛି ପଞ୍ଚାୟତର ପ୍ରତ୍ୟୋକ ଗାଁକୁ ଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟକରି ତାଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଅନଲାଇନ ସର୍ଭେ କରି ତାଲିକା ଅନ୍ତର୍ଭୁକ୍ତ କରିବା ପାଇଁ। ଏହି ସର୍ଭେ କରିବାପାଇଁ ପ୍ରତ୍ୟୋକ ପଞ୍ଚାୟତର ପଞ୍ଚାୟତ ନିର୍ବାହୀଅଧିକାରୀ,ଏଡିଓ, ଗ୍ରାମ ରୋଜଗାର ସେବକ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଦାୟିତ୍ୱକୁ ନିର୍ବାହ କରି ପ୍ରତ୍ୟୋକ ପଞ୍ଚାୟତର ପ୍ରତ୍ୟୋକ ଗାଁକୁ ଯାଇ ଘରକୁ ଘର ବୁଲି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଅନଲାଇନ ସର୍ଭେ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକା ଅନ୍ତର୍ଭୁକ୍ତ କରୁଛନ୍ତି। ତେବେ ପରିତାପର ବିଷୟ ସରକାରୀ ସ୍ତର ହେଉ ଅବା ବେସରକାରୀ ସ୍ତର ହେଉ ନେଟୱାର୍କ ଓ ଇଣ୍ଟରନେଟର ନିତାନ୍ତ ଆବଶ୍ୟକତା ରହିଥିବା ବେଳେ ଡିଜିଟାଲ ଭାରତରେ ମଧ୍ୟ୍ୟ ଏବେ ଯାଏଁ ଲୋକେ ନେଟୱର୍କ ପାଇଁ ଅନେକ ସମସ୍ୟା ଭୋଗୁଛନ୍ତି। ପଞ୍ଚାୟତରେ ଅନେକ ଗୁଡ଼ାଏ ନିର୍ଦ୍ଧିଷ୍ଟ କମ୍ପାନୀର ନେଟୱାର୍କ ସ୍ଥାପନ ହୋଇଛି ସତ କିନ୍ତୁ ଫୋନ୍ କଲ ବ୍ୟତୀତ କୌଣସି ନେଟୱାର୍କରେ ଏବେ ଯାଏଁ ଇନଷ୍ଟିନେଟର ବ୍ୟବସ୍ଥା ହୋଇନାହିଁ। ଫଳରେ ଲୋକେ ପାହାଡ ଚଡି ପ୍ରଧାନମନ୍ତ୍ରୀ ଆବାସ ଗୃହ ଅନଲାଇନ ସର୍ଭେ କରୁଥିବା ଚିତ୍ର ଦେଖିବାକୁ ମିଲଛି। ଏଭଲି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଦ୍ୟୁଷିତ ପାହାଡ ପଦର ପଞ୍ଚାୟତରେ। ଏହି ପଞ୍ଚାୟତରେ ମୋଟ ୧୫ଟି ଗାଁ ରହିଥିବା ବେଳେ କେବଳ କାଞ୍ଚନମୁଖି ଗାଁର ଏକ ପାହାଡ଼ରେ ଅଳ୍ପଟିକେ ଇନଷ୍ଟିନେଟ ଚାଲୁଥିବାରୁ ସେହି ପାହାଡ଼ରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଅନଲାଇନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତରେ ଅନେକ ସ୍ଥାନରେ ନେଟୱର୍କ ସ୍ଥାପନ ହୋଇଛି ସତ ହେଲେ ଏବେ ଯାଏଁ ଠିକ ଭାବରେ ଫୋନ୍ କଲ ବ୍ୟତୀତ କୌଣସି ନେଟୱର୍କରେ ଇନଷ୍ଟିନେଟ ଚଳାଇବାର ବ୍ୟବସ୍ଥା ହୋଇନାହିଁ । ସେହିପରି ବିଜେପୁର,ମାଳିଯୁବାଙ୍ଗ, ତ୍ରିଲୋଚନପୁର, ବେଡାଗାଁ, ଭୁର୍ଟିଗଡ଼, ଗୁଣ୍ଡୁରୀ ପଞ୍ଚାୟତରେ ମଧ୍ୟ୍ୟ ନେଟୱର୍କ ସମସ୍ୟା ରହିଥିବା ବେଳେ ଏହି ପଟେ ସରକାର ଅନଲାଇନ ମାଧ୍ୟ୍ୟମରେ ହିତାଧିକାରୀଙ୍କ ଆଧାରକାର୍ଡ, ବ୍ୟାଙ୍କବହି, ଜବକାର୍ଡ, ଆଇସ୍କେନ ସମେତ ପୁରୁଣା ଘର ଓ କେଉଁ ସ୍ଥାନରେ ନୂତନ ଗୃହ ନିର୍ମାଣ ହେବ ଏହାର ଅପଡେଟ ସର୍ଭେ ସମ୍ପୂର୍ଣ୍ଣ ତଥ୍ୟ ମାଗୁଛନ୍ତି କିନ୍ତୁ ନେଟୱର୍କ ସମସ୍ୟା ଯୋଗୁଁ ସମ୍ପୂର୍ଣ୍ଣ ତଥ୍ୟ ଦେବାରେ ସର୍ଭେ କାରୀଙ୍କୁ ନାକେ ଦମ ହେବାକୁ ପଡୁଛି। ତେବେ ଏହି ଅଞ୍ଚଳରେ ବର୍ତମାନ ନେଟୱାର୍କ ସମସ୍ୟା ରହିଥିବାରୁ ଚିନ୍ତାରେ ହିତାଧିକାରୀ ଓ ସର୍ଭେ କରୁଥିବା କର୍ମଚାରୀ ମାନେ ତେଣୁ ଏହି ଅଞ୍ଚଳର ନେଟୱାର୍କ ସମସ୍ୟା ଯଥା ସମ୍ଭବ ଜିଲ୍ଲା ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.