ସୁବର୍ଣ୍ଣପୁରରୁ ବାଇକରେ ପ୍ରୟାଗରାଜ ଯାତ୍ରା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପ୍ରୟାଗରାଜ ଠାରେ ଚାଲିଥିବା ମହାକୁମ୍ଭ ମେଳାରେ ବୁଡ ପକାଇବା ପାଇଁ ସୁବର୍ଣ୍ଣପୁରରୁ ମଟରସାଇକେଲରେ ପ୍ରୟାଗରାଜ ଯାତ୍ରା କଲେ ଦୁଇ ଦମ୍ପତି। ସହରର ମଟର ସାଇକଲିଷ୍ଟ ଅଫ ସୁବର୍ଣ୍ଣପୁରର ଦୁଇ ସଦସ୍ୟ ମିଥୁନ ସାହୁ ଏବଂ ଗୌତମ ଗୋବିନ୍ଦ ପାତ୍ର ଉଭୟ ସପତ୍ନିକ ଏଵଂ ସୋମେଶ ପୂଜାରୀ ବାଇକ ରେ ଏବଂ ତାଙ୍କ ସହ ପିଣ୍ଟୁ ପଣ୍ଡା ଓ ଗୌରଭ ପାଢ଼ୀ ମଧ୍ୟ ଯାତ୍ରା କରିଛନ୍ତି। ଇଷ୍ଟଦେବୀ ମା’ ଶୁରେଶ୍ୱରୀଙ୍କ ଠାରେ ପୁଜାର୍ଚ୍ଚନା କରି ଯାତ୍ରା ଆରମ୍ଭ କରିଛନ୍ତି। ସୁବର୍ଣ୍ଣପୁରରୁ ପ୍ରାୟ ୮ ଶହ କିଲୋମିଟର ଦମ୍ପତ୍ତି ଦ୍ବୟ ଯାତ୍ରା କରିବା ସହ ପ୍ରୟାଗରାଜ ଠାରେ ବୁଡ ପକାଇବେ। ବିଶ୍ବର କଲ୍ୟାଣ ତଥା ସମସ୍ତଙ୍କ ମଙ୍ଗଳ କାମନା କରି ସେମାନେ ବୁଡ ପକାଇବା ପାଇଁ ଯାଉଥିବା ଉଭୟ ଦମ୍ପତ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.