ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଳକରେ ନୂତନ ବିଡିଓ ଭାବରେ ପୁରୁଷୋତ୍ତମ ମିର୍ଦ୍ଧା ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ମିର୍ଦ୍ଧା ଏହା ପୂର୍ବରୁ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଳକରେ ବିଡିଓ ଭାବେ କାର୍ଯ୍ୟରତ ଥିଲେ। ସଇଁତଲା ବିଡିଓ ବିନୟ ଭୋଇଙ୍କୁ ନୂଆପଡ଼ା ଜିଲ୍ଲା କୋମନା ବ୍ଳକକୁ ବଦଳି ହୋଇଛି। ନୂତନ ବିଡିଓ ଶ୍ରୀ ମିର୍ଦ୍ଧା ବ୍ଳକର ଉନ୍ନୟନମୂଳକ କାର୍ଯ୍ୟପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।