ଉନ୍ମୋଚିତ ହେଲା ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତିଙ୍କ ପ୍ରବନ୍ଧ ପୁସ୍ତକ ‘ପ୍ରବନ୍ଧ ପ୍ରବାହ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଶାନ୍ତିକାନନ ଠାରେ ବର୍ଷିୟାନ ସାରସ୍ବତ ସାଧକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତିଙ୍କ ୯୦ତମ ଜନ୍ମତିଥି ଅବସରରେ ତାଙ୍କ ରଚିତ ପ୍ରବନ୍ଧ ପୁସ୍ତକ ‘ପ୍ରବନ୍ଧ ପ୍ରବାହ’ ଉନ୍ମୋଚିତ ହୋଇଯାଇଛି।

ପରିଷଦ ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇ ପୁସ୍ତକକୁ ଉନ୍ମୋଚନ କରିବା ସହିତ ଡକ୍ଟର ମହାନ୍ତିଙ୍କ ଓଡ଼ିଆ ସାରସ୍ୱତ ଜଗତକୁ ଅବଦାନ ସଂପର୍କରେ ବକ୍ତବ୍ୟ ରଖିଥିଲେ ଏବଂ ତାଙ୍କ ଦୀର୍ଘଜୀବନ କାମନ କରିଥିଲେ। ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ମୁଖ୍ୟଅତିଥି ଓ ‘ଅକ୍ଷାଂଶ’ ପତ୍ରିକାର ସଂପାଦକ ଡକ୍ଟର ହରିଶ୍ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପୁସ୍ତକ ସଂପର୍କରେ ଆଲୋଚନା କରିଥିଲେ। ଶୁଭ ଜନ୍ମ ଦିବସ ଉପଲକ୍ଷେ ପରିଷଦ ସମେତ ଅନେକ ଅନୁଷ୍ଠାନର କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ଅଭିନନ୍ଦନ ଜ୍ଞାପନ କରିଥିଲେ।

ଏହି ଅବସରରେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରଚନା ଓ କଲ୍ୟାଣୀ ନନ୍ଦଙ୍କ ନିର୍ଦ୍ଦେଶନାରେ ଏକ ସ୍ବାଗତ ସଙ୍ଗୀତକୁ ଶାନ୍ତି ବିଶି, ପୁଷ୍ପଲତା ଚକ୍ରବର୍ତ୍ତୀ, ମମତା ଦାସ ଓ ଶାନ୍ତିଲତା ପଣ୍ଡା ଗାନ କରିଥିଲେ। ପରିଷଦର ସଂପାଦକ ଡକ୍ଟର ରତ୍ନାକର ସିଂହ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଡକ୍ଟର ସାରଙ୍ଗଧର ତ୍ରିପାଠୀ ମଞ୍ଚ ଆବାହନ କରିଥିଲେ। କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସଭାରେ ଦୀନବନ୍ଧୁ ଲେଙ୍କା, ତପନ ରାୟ, ପ୍ରଦୀପ ଚାଟ୍ଟାର୍ଜୀ, ଅରୁଣା ରାୟ, ନିବାରଣ ଜେନା, ରମାକାନ୍ତ ନାୟକ, ରାଜେଶ ଗିରି, ବିଷ୍ଣୁ ମହାନ୍ତି, ସଂଜୟ ପଣ୍ଡା, ଅନସୂୟା ନାୟକ, ଜ୍ୟୋତ୍ସ୍ନା ରାୟ, ନିର୍ମଳା ମହାନ୍ତି, ଡକ୍ଟର ପ୍ରଶାନ୍ତ ମହାନ୍ତି, ଡକ୍ଟର ପୁଣ୍ୟବ୍ରତ ମହାନ୍ତି, ନବନୀତା ମହାନ୍ତି, ପ୍ରୀତିନନ୍ଦା ମହାନ୍ତି, ଡାକ୍ତର ଦୀପକ ଦାସ ମହାପାତ୍ର, ଡକ୍ଟର ନିବେଦିତା ମହାନ୍ତି, ମଧୁସ୍ମିତା ମହାନ୍ତି, ଶୈଳେଶ ପଟ୍ଟନାୟକ, ପ୍ରଜ୍ଞାନ ମହାନ୍ତି, ଲକ୍ଷ୍ମୀନାରାୟଣ ମହାନ୍ତି, ରଶ୍ମିତା ମହାନ୍ତି, ବନଲକ୍ଷ୍ମୀ ମହାନ୍ତି, ସୌଭାଗ୍ୟଲକ୍ଷ୍ମୀ ମହାନ୍ତି, ରାଜେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.