ବଲାଙ୍ଗିରରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଆଜି ଅପରାହ୍ନରେ ବଲାଙ୍ଗିର ଜିଲ୍ଲାରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସମୀକ୍ଷା କରିଛନ୍ତି । ବୈଠକରେ ଆଜି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂ ଦେଓ, ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସାଲୱାର ,ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର, ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖେତ୍ରୀ, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ , ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା, ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ , ଡିଆରସିଏସ ପ୍ରମୋଦ ବରିହା, ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା ବୈଠକରେ ଜିଲ୍ଲାରେ ଧାନ କିଣା ଏବଂ ବିଭାଗ ଦ୍ବାର ହେଉଥିବା ଅନ୍ୟ ସମସ୍ତ ଯୋଜନା ପ୍ରଣୟନ ବାବଦରେ ତଥ୍ୟ ଦେଇଥିଲେ । ଜିଲ୍ଲାରେ ବର୍ତମାନ ସୁଦ୍ଧା ୮୯.୨ପ୍ରତିଶତ ଇ-କେୱାଇସିରେ ୧୨,୭୨,୦୧୫ ଜଣଙ୍କ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦେଇଛନ୍ତି । ଏହି ସମୟରେ ସମୁଦାୟ ୪୭,୧୦୮ ଜଣଙ୍କ ତଥ୍ୟ ଡିଲିଟ କରାହୋଇଛି । ୯୮ ପ୍ରତିଶତ ଧାନ କିଣା ସରିଯାଇଥିବା ବେଳେ ଏଥିପାଇଁ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଦେଇଥିଲେ । ମାର୍ଚ ପହିଲା ସୁଦ୍ଧା ନୂତନ କାର୍ଡ ଆବେଦନ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ମୁଖ୍ୟ ନିର୍ବାହୀ ଅଧିକାରୀ ଧନ୍ୟବାଦ ଦେଇଥିବା ବେଳେ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.