ରେଖପୁର ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଅଷ୍ଟମ ଦିବସ: ନାମଯଜ୍ଞ ମଣ୍ଡପ ଓ ମିନାବଜାରରେ ପ୍ରବଳ ଭିଡ଼ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରେଖପୁର ଠାରେ ନବ ନିର୍ମିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଅଷ୍ଟମ ଦିବସରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ସନ୍ଧ୍ୟାରୁ ରାତି ୧୦/୧୧ ଟା ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ଗହଳି ଲାଗି ରହିଥିଲା। ଚବିଶ ପ୍ରହର ନାମ ଯଜ୍ଞ ଦେଖିବା ସହ ଜନସାଧାରଣ ମିନାବଜାରର ଭରପୁର ମଜା ଉଠାଇଥିଲେ। ଏହାସହ ନବ ନିର୍ମିତ ମନ୍ଦିର ମଧ୍ୟରେ ବିରାଜିତ ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କୁ ଦର୍ଶନ କରୁଛନ୍ତି ଭକ୍ତବୃନ୍ଦ। ଗଞ୍ଜାମ ଜିଲ୍ଲା ଛତ୍ରପୁରର ପଣ୍ଡିତ ମନୋଜ କୁମାର ସତପଥି ଏବଂ ସାଥି ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରତିଟି ପର୍ଯ୍ୟାୟ ସୂଚାରୁରୂପେ ସଂପାଦନ କରିଥିଲେ। ଏଥିରେ ମୁଖ୍ୟ କର୍ତ୍ତା ଭାବେ ଟର୍ଜିନ ଭୋଇ ଓ ତାଙ୍କ  ଧର୍ମପତ୍ନୀ ବାସନ୍ତୀ ଭୋଇ, ଅନ୍ୟତମ କର୍ତ୍ତା ଭାବେ ଗୁଣନିଧି ଭୋଇ ଓ ତାଙ୍କ ଧର୍ମପତ୍ନୀ ରାଜଶ୍ରୀ ଭୋଇ, ଟିକେରାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଶୋଭାବତୀ ଭୋଇ, ଦୟାନିଧି ଭୋଇ ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ଭୋଇ, ଶ୍ୟାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ଭୋଇ କାର୍ଯ୍ୟ ସଂପାଦନ କରିଥିଲେ। ଗ୍ରାମ୍ୟ ପୁରୋହିତ ପଣ୍ଡିତ ଅର୍ଜୁନ ମିଶ୍ରଙ୍କ ସହ ବିଷ୍ଣୁ ବଡ଼ପଣ୍ଡା, ବିଶି ପଣ୍ଡା ଓ ଟିକେଶ ପାଢ଼ୀ ନାମ ଯଜ୍ଞର ପୂଜନ ଏବଂ ଅନ୍ୟାନ୍ୟ ଦାଇତ୍ୱ ନିର୍ବାହ କରିଥିଲେ। ଉପଦେଷ୍ଟା କମିଟିରେ ସର୍ବଶ୍ରୀ ଟଙ୍କଧର ଭୋଇ, ଲକ୍ଷ୍ମଣ ସେଲମା, କରୁଣାକର ସେଲମା, ବିଶ୍ବନାଥ ସେଲମା, ହୃଷିକେଶ ଭୋଇ, ଭାଗିରଥି ଭୋଇ, ମହେଶ୍ୱର ଭୋଇ, ଷଢାନନ ଭୋଇ, ଚୈତନ୍ୟ ଭୋଇ, କନିଷ୍ଠ ଭୋଇ ଓ ଗୁରୁବାରୁ ମାଝୀ ରହିଥିବାବେଳେ ରାଧାକୃଷ୍ଣ ମନ୍ଦିର ନିର୍ମାଣ କମିଟି ସଭାପତି ଲୋହିତ ପ୍ରସାଦ ଭୋଇ, ସାଧାରଣ ସମ୍ପାଦକ ଲବିନ୍ଦ୍ର ସେଲମା, କୋଷାଧ୍ୟକ୍ଷ ମୋହନ ଭୋଇ, ମନ୍ଦିର ପ୍ରତିଷ୍ଠା ଏବଂ ପରିଚାଳନା କମିଟି ସଭାପତି ନାରାୟଣ ସେଲମା, ଉପସଭାପତି ଯୁଧିଷ୍ଠିର ଭୋଇ, ସମ୍ପାଦକ ଗୁଣମଣି ଭୋଇ, ଯୁଗ୍ମ ସଂପାଦକ ସତ୍ୟଧର୍ମ ଭୋଇ, କୋଷାଧ୍ୟକ୍ଷ କ୍ଷୀତିଶ ଚନ୍ଦ୍ର ପୋଢ଼, ଉପକୋଷାଧ୍ୟକ୍ଷ ଟିକେରାମ ଭୋଇଙ୍କ ସହ ଗ୍ରାମବାସୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଆନନ୍ଦ ବଜାରରେ ଅନ୍ନ ପ୍ରସାଦ ସେବନ କରିଥିଲେ। ମାର୍ଚ୍ଚ ୭ରୁ ନବଦିନ ବ୍ୟାପି ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମ ମାର୍ଚ୍ଚ ୧୫ ଶନିବାର ଦିନ ସମାପନ ହେବ ବୋଲି କମିଟି ସୂତ୍ରରୁ ପ୍ରକାଶ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.