ରାୟଗଡ଼ା ଘଟଣାକୁ ସୁବର୍ଣ୍ଣପୁର ଜିଲା ଓଏଏସ୍ ସଂଘ ପକ୍ଷରୁ ନିନ୍ଦା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲା ଓଏଏସ ସଂଘର ଏକ ଗୁରୁତ୍ଵପୁର୍ଣ ବୈଠକ ଆଜି ଅତିରିକ୍ତ ଜିଲାପାଳ (ରାଜସ୍ଵ) ରାଜେନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାୟଗଡା ଅତିରିକ୍ତ ଜିଲାପାଳ (ରାଜସ୍ୱ) ନିହାର ରଞ୍ଜନ କଁହରଙ୍କ ପ୍ରତି ସମ୍ପୃକ୍ତ ଜିଲା ବିଜେପି ସଭାପତିଙ୍କ ଅଶୋଭନୀୟ ଆଚରଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ତେବେ ଜଣେ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ଏଭଳି ଅଶୋଭନୀୟ ଆଚରଣକୁ ଜିଲା ଓଏଏସ୍ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଜଣାଇ ଆଗାମୀ ଭବିଷ୍ୟତରେ ଓଡିଶା ପ୍ରଶାସନିକ ଅଧିକାରୀଙ୍କ ପ୍ରତି ଜନ ପ୍ରତିନିଧିଙ୍କ ଏଭଳି ଅଶୋଭନୀୟ ଆଚରଣ ଉପରେ ନିବୃତ ରହିବାକୁ ରାଜ୍ୟ ସଂଘକୁ ଲିଖିତ ଭାବେ ଜଣାଇ ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପଧାନ ସୂଚନା ଦେଇଛନ୍ତି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସୋନପୁର ଉପ ଜିଲାପାଳ ଡ.ସୌମ୍ୟରୂପା ରଥ, ବୀରମହାରାଜପୁର ଉପ ଜିଲାପାଳ ଇଲାଟେନ୍ଦୁ ସି. ଡେପୁଟି କଲେକ୍ଟର ମନୋରଞ୍ଜନ ବଘାର, ଅତିରିକ୍ତ ନିର୍ବାହୀ ଅଧିକାରୀ (ପ୍ରଶାସନ) ପଲ୍ଲବୀ ରାଣି ରାଜ, ସୋନପୁର ତହସିଲବାର ଜି.ରଶ୍ମୀରେଖା, ଉଲୁଣ୍ଡା ତହସିଲଦାର ମମତା ମେହେର, ଡେପୁଟି କଲେକ୍ଟର ପ୍ରତୀକ କର, ବୀରମହାରାଜପୁର ବିଡିଓ ରାଜୀବ ହାସଦା, ତରଭା ବିଡିଓ ଗଙ୍ଗାରାମ ବୁଡେକ, ସୋନପୁର ବିଡିଓ ସଞ୍ଜିବ କୁମାର ସାହୁ, ଡୁଙ୍ଗୁରିପାଲି ବିଡିଓ ଦିଲ୍ଲୀପ କୁମାର ବାରା, ବିନିକା ବିଡିଓ ମଣ୍ଟୁ ଖମାରୀ, ଉଲୁଣ୍ଡା ବିଡିଓ ଚିନ୍ମୟ ମହାନନ୍ଦ, ତେପୁଟି କଲେକ୍ଟର ଯଶସ୍ବିନୀ ପୋଥାଳ ପ୍ରମୁଖଙ୍କ ସହ ଜିଲ୍ଲାରେ କାର୍ଯ୍ୟାରତ ପ୍ରାୟ ୨୦ ଜଣ ଓଏଏସ୍ ଅଫିସର ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.