ବିଦ୍ୟଳୟରେ ପାନୀୟଜଳର ସମସ୍ୟାର ସମାଧାନ ନ ହେଲେ ରାଜ ରାସ୍ତାକୁ ଓହ୍ଲାଇବେ ଅଭିଭାବକ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଧଅଁରାଭଟ୍ଟା ସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଦେବଦତ୍ତ ସାହୁଙ୍କ ଅଧ୍ୟକ୍ଷତାରେ ପିତାମାତାଙ୍କ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପେରେଣ୍ଟ ଆସୋସିଏସନ୍ ସଭାପତି ହରିହର କୁମାର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତଥା ପିଇଡବ୍ଲ୍ୟ ମିଡ଼ିଆ ଆସୋସିଏସନ୍ କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତୁଳ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ ଯୋଗଦେଇ ଥିଲେ।ଏହି ଅବସରରେ ବିଭିନ୍ନ ସମସ୍ୟା କୁ ନେଇ ଏକ ଆଲୋଚନା ଚକ୍ର ରଖାଯାଇଥିଲା। ଆଲୋଚନା ଚକ୍ରରେ ଦୁରଦୁରାନ୍ତ ଆସିଥିବା ଅଭିଭାବକ ଅଭିଭାବକମାନେ ଭାଗନେଇ ଥିଲେ। ବିଦ୍ୟାଳୟ ଠାରେ ପାନୀୟ ଜଳର ପ୍ରମୁଖ ସମସ୍ୟା ଥିବା ସହିତ ବିଦ୍ୟୁତ ର ସମସ୍ୟା ଥିବା ମଧ୍ୟ ଜଣାପଡିଛି।ପାନୀୟଜଳ ର ସମସ୍ୟା ସମାଧାନ ପାଇଁ ଅଭିଭାବକ ମାନେ ନିଜସ୍ୱ ଅର୍ଥ ରାଶିର ଦାନ କରି ଏକ ନଳକୂପ ଖୋଲିବା ମଧ୍ୟ ଆଲୋଚନା କରିଥିଲେ।ଏହାକୁ ନେଇ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଥିଲା। ଯଦି ଉକ୍ତ ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ସମସ୍ତ ଅଭିଭାବକ ଓ ଅଭିଭାବିକା ରାଜ ରାସ୍ତା କୁ ଓହ୍ଲାଇବେ ବୋଲି ମଧ୍ୟ ନିଷ୍ପତ୍ତି କରାଯାଇଛି। ପରେ ପରେ ଅଭିଭାବକ ମାନଙ୍କୁ ନେଇ ଖେଳ ଶିକ୍ଷୟିତ୍ରୀ ଲୋଜି ବେଗମଙ୍କ ନେତୃତ୍ୱରେ ଅଭିଭାବକ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ଆୟୋଜିତ କରାଯାଇ ଥିଲା ଏବଂ ପ୍ରତିଭାଗୀ ମାନଙ୍କୁ ଅତିଥି ମାନ’ଙ୍କ ଦ୍ଵାରା ଟ୍ରଫି ପ୍ରଦାନ କରାଯାଇଥିଲେ। ପରେ ଛାତ୍ରଛାତ୍ରୀ ମାନଙ୍କ ବାର୍ଷିକ ଫଳାଫଳ ଅଭିଭାବକ ମାନଙ୍କୁ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଛାତ୍ରୀ ଖୋଲା ମଣି ଶବର,ଛାତ୍ର ଚନ୍ଦନ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ରୋହିତ ଲୁହାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ, ସେହେନାଚ ଏସକେ, ସୁଦୀପ ପରମାଣିକ, ହେମନ୍ତ କୁମାରବସ୍ତ,ଇକବାଲ ହୁସେନ,ଶଶି ଶେଖର କୁମାର,ମଧୁମିତା ପ୍ରଧାନ,ସୋନୁ, ରାହୁଲ,ସୌରଭ ସୁମନ,ଅଭିଷେକ ଆନନ୍ଦ, ଓ୍ବାଡେନ ରାଧା କୁମାରୀ, ସୁରଜ ମେହେତୋ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିବା ବେଳେ ଇଂରାଜୀ ଶିକ୍ଷୟିତ୍ରୀ ସୋମା ସାହା ଧନ୍ୟବାଦ ଅର୍ପଣ କରିଥିଲେ।