ଅବସର ନେଲେ ଶିକ୍ଷକ ସରଜୁ ବାଗ

ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସରଜୁ ବାଗ ଅବସର ଗ୍ରହଣ କରିଛନ୍ତି । ସେ ୧୫ ଜୁନ ୧୯୯୨ ରେ ଶିକ୍ଷକତା ଆରମ୍ଭ କରିଥିବା ବେଳେ  ୩୧ ଜୁଲାଇ ୨୦୨୬ ରେ ଅଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇଛନ୍ତି । ଏହି ଅବସରରେ ତାଙ୍କ ସ୍କୁଲରୁ ତାଙ୍କୁ ସମ୍ବର୍ଦ୍ଧନା ଦେଇ ବିଦାୟ ଦେଇ ସିନ୍ଧେକେଲା ଘର ପର୍ଯ୍ୟନ୍ତ ଛାଡି ଦିଆଯାଇଥିଲା । ଏଥିରେ ସ୍କଲର ଛାତ୍ରଛାତ୍ରୀ, ଅଲଣ୍ଡା କ୍ଲଷ୍ଟରର ସିଆରସିସି, ସହ ଶିକ୍ଷକ, ଏସଏମସି କମିଟୀ ଓ ଅଭିବାବକ ସମସ୍ତେ ଉପସ୍ଥିତ ଥିଲେ । ଘରେ ତାଙ୍କ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ଶିପକା, ଓଏଏସ୍ ଦୁଇ ଝିଅ ଓ ତାଙ୍କ ପୁଅ ସ୍ବାଗତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.