ଦିବ୍ୟ ଭକ୍ତି ଭଜନ ସମାରୋହ

କର୍ଲାମୁଣ୍ଡା,୨୪/୧୨:
ଗଗନ ଲଳିତ ପ୍ରଡକ୍ସନ ଦ୍ବାରା ଆୟୋଜିତ ‘ଦିବ୍ୟ ଭକ୍ତି ଭଜନ ସମାରୋହ’ କର୍ଲ।ମୁଣ୍ଡା ବ୍ଲକ ଯୋରାଡ଼ବରା ମାଝୀ ପଡ଼ା ପଡିଆ ପ୍ରକୋଷ୍ଠ ଠାରେ ଧୁମ ଧାମରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଭଜନ ସମାରୋହକୁ ଆଚାର୍ଯ୍ୟ ଅରୁଣ କୁମାର ଦାଶ ପ୍ରଦୀପ ପ୍ରଜ୍ଜଳନ କରି ଆରମ୍ଭ କରିଥିଲା । କାର୍ଯ୍ୟକ୍ରମ ରେ କଣ୍ଠ ଶିଳ୍ପୀ ଏମ.ଗଗନ ବିହାରୀ ମହାପାତ୍ର, କୁରେସୁ ଆଚାରି, ଏନ ଗୋପାଳ, ଜଗମୋହନ ସାହୁ, ଶ୍ରବଣ କୁମାର ପାଣିଗ୍ରାହୀ, ଦିଲୀପ ରିୟାନ, ପ୍ରିୟଙ୍କା ସାହୁ, କୁମାର ଦ୍ରୋଣ, ଝିଲି ସାହୁ, ସରୋଜ କୁମାର,ହୃଷିକେଶ ସାହୁ, ସରୋଜ ମାଝୀ, ଏନଧରୁଆ କଣ୍ଠ ଦାନ କରିଥିବାବେଳେ ଅତିଥି ଭାବରେ ସୁବୋଧ କୁମାର ସତପଥୀ, କୃଷ୍ଣଚନ୍ଦ୍ର ପାତ୍ର, କୁରେସୁ ଆଚାରି, ଯୁଧିଷ୍ଠିର ସାହୁ, ବରିଷ୍ଟ ସାମ୍ବାଦିକ ହେମନ୍ତ କୁମାର ଦାସ, ବିକାଶ ସାହୁ, ଧୃବ ସାହୁ, ଚୁଡାମଣି ସାହୁ ପ୍ରମୂଖ ମଞ୍ଚାସିନ ଥିଲେ । ଲମ୍ବୋଦର ସାହୁ ଏବଂ ଲଳିତ ମୋହନ ଭୋଇଙ୍କ ଆୟୋଜନରେ ଏହି ଦିବ୍ୟ ଭକ୍ତି ସମାରୋହ ରେ ୪୫ଗୋଟି ଭଜନ ପରିବେଷଣ ହୋଇଥିଲା ।
କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.