ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ପରିଖିଲେ ୫ଟି ସଚିବ ଭି.କେ. ପାଣ୍ଡିଆନ୍‌

୧୦ଶଯ୍ୟା ବିଶିଷ୍ଠ ଆଇସିୟୁ ତିଆରି ପାଇଁ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ

ରାୟଗଡ,୧୫/୫: ରାୟଗଡ ଜିଲ୍ଳା ଦିନିକିଆ ଗସ୍ତରେ ୫ଟି ସଚିିବ ଭି.କାର୍ତିକେୟନ ପାଣ୍ଡିଆନ୍ । ଶୁକ୍ରବାର ଦିନ ଜେକେପୁର ସ୍ଥିତ ଇଏସଆଇ ହସ୍ପିଟାଲ ପରିସରରେ ଥିବା ୧୦୦ଶଯ୍ୟା ବିଶିଷ୍ଠ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ଏହାର ପ୍ରସ୍ତୁତି ଓ ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିସହ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ୧୦୦ ଶଯ୍ୟା ସଂଖ୍ୟାର ୧୦ ପ୍ରତିଶତକୁ ନେଇ ୧୦ ସଂଖ୍ୟା ବିଶିଷ୍ଠ ଆଇସିୟୁ କରିବା ପାଇଁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଫଳରେ ସଙ୍କଟାପନ୍ନ ଅବସ୍ଥାରେ ରୋଗୀଙ୍କୁ ଅନ୍ୟ ଜିଲ୍ଳା ଚିକିତ୍ସାଳୟ ଉପରେ ନିର୍ଭର କରିବା ପରିବର୍ତେ ନିଜ ଜିଲ୍ଳା ପାଇଁ ଆତ୍ମ ନିର୍ଭରଶୀଳ ହେବା ପାଇଁ କହିଥିଲେ । ଏଥି ନିମନ୍ତେ ଯାହା ଯନ୍ତ୍ରପାତି ତଥା ଅନ୍ୟାନ୍ୟ ଆସବାବପତ୍ର ଆବଶ୍ୟକ ହେବ ସେ ଯୋଗାଇଦେବେ ବୋଲି କହିଥିବା ଜିଲ୍ଳାପାଳ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ସେହିପରି ଆଇସିୟୁ ନିମନ୍ତେ କାମ ଜୋରସୋରରେ ଚାଲିଥିବା ବେଳେ ଆସନ୍ତା ୧୫ଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ମଧ୍ୟ କହିଛନ୍ତି ।

ରୋଗୀମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଲେ କେଉଁ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯିବ ତଥା ହ୍ୟାଣ୍ଡେଲ କରିବେ ସେ ନେଇ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରାଧିକୃତ ମେଡିକଲ ଅଧିକାରୀଙ୍କୁ ସଚିବ ଶ୍ରୀ ପାଣ୍ଡିଆନ ପଚାରି ବୁଝିଥିଲେ । ସେହିପରି ଜିଲ୍ଳା ଓ ରାଜ୍ୟ ବାହାରକୁ ଯାଉଥିବା ପ୍ରବାସୀମାନେ ଯେପିର ଚାଲି ଚାଲି ନିଜ ଗନ୍ତବ୍ୟସ୍ତଳକୁ ନ ଯିବା ପାଇଁ ଏବଂ ସେମାନଙ୍କ ପାଇଁ ଗାଡି ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାୟଗଡ ଜିଲ୍ଳାରେ ମନରେଗା ଯୋଜନା ଅଧିନରେ ଶ୍ରମ ଦିବସ କିପରି ଭାବେ ସୃଷ୍ଟି କରାଯାଇ ଫେରୁଥବା ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯିବ ସେ ନେଇ ଜିଲ୍ଳାପାଳଙ୍କ ସହ ଆଲୋଚନା କରିଥିବା ବେଳେ ପୂର୍ବରୁ ଜିଲ୍ଳାରେ ୧୯ହଜାର ଶ୍ରମିକ କାମ ପାଉଥିବା ବେଳେ ବର୍ତମାନ ୩୦ହଜାର ଶ୍ରମିକଙ୍କୁ କାମ ଯୋଗାଇ ସେମାନଙ୍କ ଜୀବନଜୀବିକାରେ ଉନ୍ନତୀ ଆଣିବା ପାଇଁ ପ୍ରଶାସନ ଅଂଟାଭିଡିଥିବା ବେଳେ ପ୍ରଭାବିତ ହୋଇଥିବା ଛୋଟ ଛୋଟ ଦୋକାନୀ ତଥା ବନ୍ଦ ହୋଇଥିବା ହାଟଗୁଡିକ ପୁର୍ନବାର ଆରମ୍ଭ କରିବା ପାଇଁ ଉଦ୍ୟମ କରାଯାଉଥିବା ନେଇ ଜିଲ୍ଳାପାଳ ଶ୍ରୀ ବେହେରା ସଚିବଙ୍କୁ କହିଥିବା ପ୍ରକାଶ କରିଛନ୍ତି ।

ସେହିପରି ଅସ୍ଥାୟୀ ଆଶ୍ରୟସ୍ଥଳୀ କେନ୍ଦ୍ରଗୁଡିକରେ ଅନ୍ତେବାସୀ ଭାବେ ଥିବା ପ୍ରବାସୀମାନଙ୍କୁ ସାମ୍ବାଦିକ,ଏନଜିଓ,ଗାଁ ଭାଇମାନଙ୍କୁ ମିଶାଇ କରୋନା ଭୁତାଣୁକୁ ନେଇ ଭୟଭୀତ ନ ହେବା ପାଇଁ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମଗୁଡିକ କରିବା ପାଇଁ ସଚିବ ପାଣ୍ଡିଆନ୍ ପରାମର୍ଶ ଦେଇଥିବା ଜିଲ୍ଳାପାଳ ଶ୍ରୀ ବେହେରା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଶୁକ୍ରବାର ସକାଳ ସାଢେ ୯ଟା ସମୟରେ ଜେକେପୁରସ୍ଥିତ ହେଲିପେଡରେ ହେଲିକେପ୍ଟର ଯୋଗେ ୫ଟି ସଚିବ ଭି.କାର୍ତିକେୟନ ପାଣ୍ଡିୟାନ ଓ ତାଙ୍କ ସହିତ ଉନ୍ନୟନ ଆୟୁ୍‌୍‌କ୍ତ ସୁରେଶ ମହାପାତ୍ର ଓହ୍ଳାଇ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ।

ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା,ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ.,ପିଡି-ଡିଆରଡିଏ ଅମ୍ରିତ ଋତୁରାଜ,ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ,ଡାକ୍ତର ଭି.ଏଲ.ଏନ.ରାଜୁ, ଏସିଡିପିଓ ତପନ ନାରାୟଣ ରଥ,ଡିଏସପି ଚାନ୍ଦିଲି ଥାନା ଅରୁଖ ଅଭିଷେକ ବେହେରା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ପାଣ୍ଡିଆନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.